ନବରଙ୍ଗପୁର: କୋଷାଗୁମୁଡା ବ୍ଲକ ନୂନପାଣି ଗାଁ କ୍ୱାରେଣ୍ଟାଇନ ସେଣ୍ଟରରେ ଲାଗିଲା ନିଆଁ। ୧୦ ଶଯ୍ୟା ବିଶିଷ୍ଠ ସେଣ୍ଟର ଜଳି ପୋଡି ପାଉଁଶ। ସର୍ଟସର୍କିଟ କାରଣରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ନିଆଁ ଲାଗିବା ଫଳରେ ସେଣ୍ଟର ରେଥିବା ଶଯ୍ୟା ସହ ଇନଭଟର ବ୍ୟାଟେରୀ, ଫ୍ୟାନ ପୋଡି ଯାଇଛି । କୋସାଗୁମୁଡ଼ା ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଛି। ଘଟଣା ସମୟରେ ସେଣ୍ଟରରେ କେହି ଉପସ୍ଥିତ ନ ଥିବାରୁ କାହାର କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ।
ନବରଙ୍ଗପୁର: କ୍ୱାରେଣ୍ଟାଇନ ସେଣ୍ଟରରେ ଅଗ୍ନିକାଣ୍ଡ
/sambad/media/post_attachments/wp-content/uploads/2020/04/2cb91579-bcf3-4ebc-83dd-7564aedc3013.jpg)