ଅନୁଗୁଳ ବ୍ଲକ ଟାଇଁସି ସମବାୟ ସମିତିରେ ଅଗ୍ନିକାଣ୍ଡ; ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଅନୁଗୁଳ: ଅନୁଗୁଳ ବ୍ଲକ ଟାଇଁସି ସମବାୟ ସମିତିରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗିଥିଲା। ଫଳରେ ସେଠାରେ ରହିଥିବା ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସାଙ୍ଗକୁ ଅନ୍ୟ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିଲା।

ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର କ୍ଷତକ୍ଷତି ହୋଇଥିବା ବେଳେ ଅନୁଗୁଳ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆକୁ ଆୟତ୍ତ କରିଥିଲା। ଏନେଇ ପୁରୁଣାକୋଟ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନଥିବା ଥାନା ଅଧିକାରୀ ବିକ୍ରମ କେଶରୀ ଜୟପୁରିଆ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର