ଲିଭୁନି ଶିମିଳିପାଳ ବନାଗ୍ନି: ୨୧ ଫାୟାର୍‌ ପଏଣ୍ଟ୍‌ ଚିହ୍ନଟ

ବନ ବିଭାଗର ପାରିବାପଣିଆକୁ ନେଇ ପ୍ରଶ୍ନବାଚୀ, ସ୍ଥାନୀୟ ଅଧିବାସୀଙ୍କୁ ବିଶ୍ବାସକୁ ନେଉନି ବିଭାଗ

ବାରିପଦା: ଏବେ ମଧ୍ୟ ଶିମିଳିପାଳ ଅଭୟାରଣ୍ୟ ଜଳୁଛି । ନୂଆ ନୂଆ ସ୍ଥାନକୁ ଏହି ନିଆଁ ବ୍ୟାପୁଥିବା ଜଣାପଡ଼ିଛି । ଶିମିଳିପାଳ ସାଉଥ ୱାଇଲଡ୍‌ ଲାଇଫ ଅଧୀନରେ ଥିବା ଭଞ୍ଜବସା ଅଞ୍ଚଳର ଗୁଣ୍ଡୁରିଆ, ଡୁକୁରା ୱାଇଲଡ୍‌ ଲାଇଫ ଅଞ୍ଚଳର ଚନ୍ଦନଚରୁରୀ-୨, ପିଠାବଟା ୱାଇଲଡ୍‌ ସାଉଥ ଲାଇଫ ଅଞ୍ଚଳର ଅନ୍ଧାରୀତୋଟା-୧ ଏହିପରି ମୋଟ ୯ଟି ଫାୟାର୍‌ ପଏଣ୍ଟ୍‌ ଚିହ୍ନଟ ହୋଇଛି।

ସେହିପରି ଶିମିଳିପାଳ ନର୍ଥ ୱାଇଲଡ୍‌ ଲାଇଫ ଅଧୀନରେ ଥିବା କେନ୍ଦୁମୁଣ୍ଡି ୱାଇଲଡ୍‌ ଲାଇଫ ଅଞ୍ଚଳର କିଆଝରି, ଚହଲା ୱାଇଲଡ୍‌ ଲାଇଫ ଅଞ୍ଚଳର ରାଜପାଳ ଓ ହଳଦିଆ ଆଦିରେ ମୋଟ ୧୨ଟି ଫାୟାର ପଏଣ୍ଟ୍‌ ଚିହ୍ନଟ ହୋଇଛି। ଉପରୋକ୍ତ ସବୁ ସ୍ଥାନରେ ନିଆଁ ଜଳୁଥିବା ଜଣାପଡ଼ିଛି । ତେବେ ଚଳିତ ମାସ ପହିଲ‌ାରେ ୪୬ଟି ଫାୟାର୍‌ ପଏଣ୍ଟ୍‌ ଥିବାବେଳେ ୨ରେ ଏହି ସଂଖ୍ୟା ୫୨କୁ ବୃଦ୍ଧି ପାଇଥିବା ବେଳେ ଆଜି ହ୍ରାସ ପାଇ ୨୧ରେ ପହଞ୍ଚିଛି । ଏହି ସମୟରେ ଜଳୁଥିବା ନିଆଁକୁ ଲିଭାଇବା ନିମନ୍ତେ ବନ ବିଭାଗ ପକ୍ଷରୁ କଣ ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ଶିମିଳିପାଳ ଅଭୟାରଣ୍ୟର ସମ୍ପୂର୍ଣ୍ଣ ଭାବେ ନିଆଁ ମାଡ଼ିଯିବାକୁ ଅବଶିଷ୍ଟ କେତେ ବାକି ରହିଛି ସେ ସମ୍ପର୍କରେ ପ୍ରତିକ୍ରିୟା ଜାଣିବା ନିମନ୍ତେ ଆରସିସିଏଫଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ସେ କ‌ୌଣସି ଉତ୍ତର ଦେଇନଥିଲେ।

ତେବେ ଶିମିଳିପାଳରେ ଲାଗିଥିବା ନିଆଁକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ପରିବେଶବିତ।  ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରତ ତଥା ପରିବେଶବିତ୍ ଭାନୁମିତ୍ର ଆଚାର୍ଯ୍ୟଙ୍କ ମତରେ ଶିମିଳିପାଳ ଅଭୟାରଣ୍ୟ ଆଜକୁ ଏକ ମାସ ଦଶ ଦିନ ଧରି ଜଳୁଛି । ବନ ବିଭାଗ ନିଆଁକୁ ନିୟନ୍ତ୍ରଣ କରିବା କ୍ଷେତ୍ରରେ ଇଚ୍ଛାଶକ୍ତିର ଅଭାବ କାରଣରୁ ଶମିଳିପାଳ ସାଉଥ ଅଞ୍ଚଳରେ ପ୍ରାୟତଃ କୋଣ ଅନୁକୋଣକୁ ଏହା ଗ୍ରାସ କରିସାରିଛି ।

 

 

ସମ୍ବନ୍ଧିତ ଖବର