ଏନଟିପିସି ପ୍ଲାଣ୍ଟରୁ ଫ୍ଲାଏଆସ୍ ନେଇ ଯାଉଥିବା ହାଇୱ। ଜଳିଗଲା

ଲେଫ୍ରିପଡା,(ସୁନ୍ଦରଗଡ଼): ଆଜି ସନ୍ଧ୍ୟାରେ ଦର୍ଲିପାଲି ପାୱର ପ୍ଲାଣ୍ଟରୁ ଆସ୍ ନେଇ ଆସପଣ୍ଡକୁ ଯାଉଥିବା ଏକ ହାଇୱ। ନଂ ଓଡି -୨୩-ଏଚ୍-୯୭୭୯ ଦର୍ଲିପାଲି ଗ୍ରାମ ନିକଟରେ ଜଳି ଓଲଟି ପଡ଼ିଛି।

ଜୟଜଗନ୍ନାଥ କନଷ୍ଟ୍ରକସନ୍ସର ଏହି ଗାଡି ହୋଇଥିବା ବେଳେ ଉତ୍ତପ୍ତ ଆସ୍ ପରିବହନ କରୁଥିବାରୁ ଏହି ଦୁର୍ଘଟଣା ଘଟିଛି। ତେବେ ଦୁର୍ଘଟଣାରେ ଡ୍ରାଇଭର ଅଳ୍ପକେ ବର୍ତ୍ତିଯାଇଥିବା ପ୍ରକାଶ। ଆସ୍ ପରିବହନ ନେଇ ସେଭଳି କୌଣସି ସୁରକ୍ଷା ବ୍ୟବସ୍ଥା ଉକ୍ତ ଠିକା ସଂସ୍ଥା କିମ୍ବା କମ୍ପାନି ପକ୍ଷରୁ କରା ନ ଯାଇଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ସାଧାରଣରେ ଅଭିଯୋଗ ହୋଇଛି।

ନିୟମିତ ଭାବେ ଏହି ସଂସ୍ଥା ବିପଦ୍ଦଜନକ ଭାବେ ଆସ୍ ପରିବହନ କରୁଥିବା ବେଳେ କମ୍ପାନି କାହିଁକି ତାକୁ ପରିବହନ କାର୍ଯ୍ୟରେ ନିୟୋଜିତ କରିଛି ତାହା ଅନୁସନ୍ଧାନ ସାପେକ୍ଷ। ଗାଡିଟି ଜଳି ଯିବା ପରେ ରାସ୍ତାରେ ଓଲଟି ପଟିଛି। ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ ପୂର୍ବକ ଆସ୍‌ ପରିବହନ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର