ଭିଏସ୍‌ଏସ୍ ମାର୍ଗରେ ଅଗ୍ନିକାଣ୍ଡ

ସମ୍ବଲପୁର: ଭିଏସ୍‌ଏସ୍‌ ମର୍ଗାରେ ପୁଣିଥରେ ଅଗ୍ନିକାଣ୍ଡ ଘଟିଛି। ଶନିବାର ରାତି ୯ଟା ୩୦ ସମୟରେ ଭିଏସ୍‌ଏସ୍‌ ମାର୍ଗରେ ଥିବା ରୌନକ ହାର୍ଡ ଓୟାର ଦୋକାନର ଗୋଦାମ ଘରେ ଅଗ୍ନିକାଣ୍ଡ ଘଟିଥିଲା। ଧୂଆଁ ବାହାରିବା ଦେଖି ଦୋକାନୀ ତୁରନ୍ତ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ତାପରେ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲା। କିଛି ରଙ୍ଗ ଡବାରେ ନିଆଁ ଲାଗିଥିବା ବେଳେ ସର୍ଟ ସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାଛି ବୋଲି ଅଗ୍ନିଶମ ବାହିନୀ ପକ୍ଷରୁ କହାଯାଇଛି। ଅନ୍ୟପଟେ ଭିଏସ୍‌ଏସ୍‌ ମାର୍ଗରେ ବାରମ୍ବାର ଅଗ୍ନିକାଣ୍ଡ ଘଟୁଥିବା ଦେଖିବାକୁ ମିଳିଛି। କିଛି ଦିନ ପୂର୍ବରୁ ଏକ ବ୍ୟାଙ୍କରେ ଏବଂ ଏକ ଅଳଙ୍କାର ଦୋକାନରେ ଅଗ୍ନିକାଣ୍ଡ ଘଟିଥିଲା।

ସମ୍ବନ୍ଧିତ ଖବର