ଭଦ୍ରକ: ଭଦ୍ରକ ବ୍ଲକ୍ କଲେଇ ଜିପିର ବଲାଜିତ୍ ପଡା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୧୦ ବଖରା ଘର ଭସ୍ମୀଭୂତ ହୋଇଯାଇଛି।
ଏହି ଅଗ୍ନିକାଣ୍ଡରେ ପ୍ରାୟ ୫ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇ ଯାଇଛି। ଏଥିସହିତ ଘରେ ଥିବା ଆସବାବ ପତ୍ର , ଟିଭି , ବାସନ କୁସନ୍ , ପୋଷାକ ଆଦି ପୋଡ଼ି ପାଉଁଶ ହୋଇଯାଇଛି। ଗ୍ରାମର ଅନିଲ ସ୍ୱାଇଁ, ସୁରେନ୍ଦ୍ର ସ୍ବାଇଁ, ବାବିଲତା ସ୍ୱାଇଁ, ଲକ୍ଷ୍ମୀଧର୍ ସ୍ୱାଇଁଙ୍କର ଘର ପୋଡ଼ି ପାଉଁଶ ହୋଇଯାଇଛି। କେବଳ ଏତିକି ନୁହେଁ ଦେବେନ୍ଦ୍ର ସ୍ୱାଇଁଙ୍କର ଝିଅ ବାହାଘର ଲାଗି କିଣା ଯାଇଥିବା ସାମଗ୍ରୀ ପୋଡ଼ି ଭସ୍ମୀଭୂତ ହୋଇଯାଇଛି।
ଏହି ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ବିଳମ୍ବିତ ରାତିରେ ଭଦ୍ରକ ଦମକଳ ବାହିନୀର ଦୁଇଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବିପନ୍ନ ପରିବାରକୁ କ୍ଷତିପୂରଣ ଦେବାଲାଗି ସାଧାରଣରେ ଦାବି ହୋଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/9d9d151b-b19b-425b-90d1-521643c9bdd6.jpg)