ପୋଡି ଗଲା ୫ ହଜାରରୁ ଅଧିକ ଗଛ

ନିଆଁ ଲାଗିଛି ନା ଲଗାଯାଇଛି, ତଦନ୍ତ ସାପେକ୍ଷ

କୋରାପୁଟ: ଅସାବଧାନତା ନା, ଜାଣି ଶୁଣି ନଷ୍ଟ କରା ହୋଇଛି ବଡ ଚିନ୍ଦିରି ନୂତନ ଜଙ୍ଘଲ? କିଛି ଅର୍ଥ ଆଶାରେ ନୂଆ କରି ଛନ ଛନ ହୋଇ ବଢୁଥିବା ଜଙ୍ଘଲରେ ନିଆଁ ଲାଗାଯାଇନାହି ତ? କେମିତି ନିଆଁ ଲାଗିଲା ୨୦୧୮ରୁ ସୃଷ୍ଟି ହୋଇଥିବା ପାହାଡିଆ ଜଙ୍ଘଲ? କିପରି ଦାୟିତ୍ବରେ ରହିଥିବା କର୍ମଚାରୀ ଜାଣି ପାରିଲେନି? ଏପରି ବହୁ ଅସମାହିତ ପ୍ରଶ୍ନ ଏବେ କୋରାପୁଟ ସହର ଉପକଣ୍ଠରେ ରହିଥିବା ବଡ ଚିନ୍ଦିରି ଜଙ୍ଘଲ ପୋଡିକୁ ନେଇ ଉଠିଛି।

କୋରାପୁଟ ବନାଞ୍ଚଳ ପକ୍ଷରୁ ୨୦୧୮-୧୯ ବର୍ଷରେ ବଡ ଚିନ୍ଦିରି ଗ୍ରାମ ପାହାଡରେ ୧୦ହଜାରରୁ ଅଧିକ ଗଛ ରୋପଣ କରାଯାଇଥିଲା। ଏଥିପାଇଁ ବନ ବିଭାଗ ପକ୍ଷରୁ  ଅର୍ଥ ବ୍ୟୟ କରାଯାଇଛି। ଲକ୍ଷ ଲକ୍ଷ ଟଙ୍କା ବିନିମୟରେ ଏହି ଅନାବାଦୀ ପାହାଡରେ ପ୍ରାୟ ୭.୧ ହେକ୍ଟର ଅଞ୍ଚଳରେ ବୃକ୍ଷ ରୋପଣ କରାଯାଇଥିଲା। କୋରାପୁଟ ସହରାଞ୍ଚଳ ବନୀକରଣ ଯୋଜନା ଓ ଓଏମସିର ସିଏସଆର କାର୍ଯ୍ୟକ୍ରମରେ ଏହିଠାରେ ମୋହଗାନୀ, ଚମ୍ପା, ସିଲଭର ଓକ, ଜାମୁକୋଳି, ଆମଲା, ତାଲା, ମହିଶୁରୀ କୁଇନ୍ ରାଧାଚୁଡା, ବିଷ୍ଣୁଚୂଡା, କଦମ୍ବ, ପାଇନ୍, ବିଜା, ତେଭେଟିଆ, କଲିଟ୍ରିସ, ଆମ୍ବ, ପାତୁଲି, ଦୋଲିଚନ୍ଦ୍ରନ୍, ଓଉ ଓ ପିଜୁଳି ଆଦି ଗଛ ରୋପଣ କରାଯାଇଥିଲା।

ସପ୍ତାେହେ ତଳେ ଏହି ୭.୨ ହେକ୍ଟର ବିଶିଷ୍ଟ ତିନିଟି ପାହାଡରୁ ଗୋଟିଏ ପାହାଡରେ ନିଆଁ ଲାଗି ନଷ୍ଟ ହୋଇଯାଇଛି ୫ହଜାରରୁ ଅଧିକ ମୂଲ୍ୟବାନ ଗଛ। ସବୁ ଗଛ ବୟସ ପ୍ରାୟ ତିନିବର୍ଷ ହୋଇଥିବାବେଳେ ଏହି ଚାରାକୁ ଯତ୍ନ ନେବାକୁ ୪ଜଣ ବନ କର୍ମଚାରୀଙ୍କୁ ନିଯୁକ୍ତି କରାଯାଇଥିଲା। କିନ୍ତୁ କେଜାଣି କିପରି ସପ୍ତାହେ ତଳେ ଏହି ପାହାଡରେ ନିଆଁ ଲାଗି ଗଛ ନଷ୍ଟ ହୋଇଯାଇଥିବାବେଳେ ବିଛାଯାଇଥିବା ପାଣି ପାଇପ ମଧ୍ୟ ପୋଡି ନଷ୍ଟ ହୋଇଯାଇଛି।

ଚାହିଁଲେ ବି ଏବେ ଏହି ଗଛକୁ ଜୀବନ ଦେଇ ହେବ ନାହିଁ। କାହିଁକି ନା ବଡ ଚିନ୍ଦିରି ପାହାଡରେ ପୋଡି ହୋଇଥିବା ଗଛ ସଂଖ୍ୟାକୁ ଦେଖିଲେ ପୁଣି ଏହିଠାରେ ଜଙ୍ଗଲ ସୃଷ୍ଟି କରିବାକୁ କାଠିକର ପାଠ ବୋଲି ଜଣାପଡିଛି।

ତେବେ ଏହି ଜଙ୍ଘଲର ସୁରକ୍ଷା ଦାୟିତ୍ବରେ ବନ ବିଭାଗ ପକ୍ଷରୁ ଭୀମ ଗୌଡ, ଉଦ୍ଧବ ଗୌଡ, ଘାସି ଜାନି ଓ ନବୀନ ବଡିକାଙ୍କୁ ଦାୟିତ୍ବ ଦିଆଯାଇଥିଲା। ପ୍ରତିଦିନ ଏହିମାନେ ଏହିଠାରେ ରହି ଗଛର ଦାୟିତ୍ବ ନେବା କଥା। କିନ୍ତୁ ସପ୍ତାହେ ତଳେ ଏହି ଠାରେ ନିଆ ଲାଗି ପୋଡୁଥିବାବେଳେ କେହି ନ ଥିବା ଜଣାପଡିଛି। ଫଳରେ ତିନୋଟି ପାହାଡରୁ ଗୋଟିଏ ପାହାଡରେ ଲାଗିଥିବା ନିଆଁକୁ ବଡ ଚିନ୍ଦିରି ଗାଁର ଲୋକେ ଲିଭାଇଥିଲେ।

ଗାଁର ଲୋକେ ଯଦି ଉକ୍ତ ଦିନ ନ ବାହାରିଥାନ୍ତେ ତେବେ ୭.୨ ହେକ୍ଟର ବିଶିଷ୍ଟ ଏହି ପାହାଡରେ ରହିଥିବା ୧୦ ହଜାରରୁ ଅଧିକ ଗଛ ପୋଡି ପାଉଁସ ହୋଇଯାଇଥାନ୍ତା। ତେବେ ଦାୟିତ୍ବରେ ରହିଥିବା ସୁପରଭାଇଜର ଓ କର୍ମଚାରୀଙ୍କ କଥାରେ ତାଳମେଳ ରହୁ ନଥିବା ଜଣାପଡିଛି। କର୍ମଚାରୀମାନେ ଡାହାଣପଟୁ ଜଣେ ପାଗିଳି ଆସି ନିଆଁ ଲଗାଇ ଦେଇଥିବା କହୁଥିବାବେଳେ ସୁପରଭାଇଜର ପାଗଳ ଆସି ନିଆଁ ଲଗାଇ ଦେଇଥିବା କହୁଛନ୍ତି। ତେବେ ଯଦି ଜଣେ ପାଗଳ କି ପାଗିଳି କାହିଁକି ଜଙ୍ଘଲକୁ ଚଢି(୬ ଫୁଟର ତାରବାଡ ଡେଇଁ) ନିଆଁ କାହିଁକି ଲଗାଇବ ତାହାକୁ ନେଇ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଏହି ଜଙ୍ଘଲ ଜଳିବା ପଛରେ କର୍ମଚାରୀଙ୍କର ଅସନ୍ତୋଷ ରହିଥିବା ଜଣାପଡିଛି। କିଛି ଟଙ୍କାର ଠିକା କାମ ଆଶାରେ ଏତେ ବଡ ଜଙ୍ଘଲକୁ ନିଆଁ ଲାଗାଇ ଦେଇଥିବା ଆଶଙ୍କା କରାଯାଉଛି।

ଏନେଇ ସ୍ଥାନୀୟ ବାସିନ୍ଧା ଅଜିତ ମହାପାତ୍ର କହିଛନ୍ତି ଯେ ବଡ ଚିନ୍ଦିରି ପାହାଡ ନିକଟକୁ ଯିବାକୁ ହେଲେ ବଡ ଟ୍ରେନ ଲାଇନକୁ ଡେଇଁ ଯିବାକୁ ପଡିବ। ଜଣେ ପାଗାଳ ନିଆଁ ଲଗାଇବାକୁ ସେଠାକୁ କେବେ ଯାଇ ନଥିବ। ଜାଣିଶୁଣି ଏହାକୁ କେହି ନିଆଁ ଲଗାଇ ଏପରି ରୂପ ଦିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।

ଏନେଇ ଡିଏଫଓ ରିଙ୍କୁ କୁମାରୀ କହିଛନ୍ତି ଯେ ଘଟଣା ସମ୍ପର୍କରେ ଏବେ ଗଣମାଧ୍ୟମରୁ ଜାଣିବାକୁ ପାଇଛି। ଏନେଇ ରେଞ୍ଜରଙ୍କ ଠାରୁ ରିପୋର୍ଟ ମାଗିଛି, ରିପୋର୍ଟ ପାଇବା ପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର