ରାଉରକେଲା: କେନ୍ଦ୍ର ସରକାର ଶ୍ରମିକ ମାରଣ ନୀତି ଆପଣାଉଥିବା ଅଭିଯୋଗ କରି ବିଭିନ୍ନ ଟ୍ରେଡ୍ ୟୁନିଅନ୍ ପକ୍ଷରୁ ଗତକାଲି ଠାରୁ ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି କ୍ରମରେ ଝିରପାଣି ଅନ୍ତର୍ଗତ ଜଗଦା ହାଉସ୍ ନମ୍ବର ୩ରେ ସପରିବାର ବସବାସ କରୁଥିବା ଗାଙ୍ଗପୁର ମଜଦୁର ମଞ୍ଚର ଶ୍ରମିକ ନେତାଙ୍କ ଘରେ ଦୁର୍ବୃତ୍ତମାନେ ପୋଡାଜଳା କରିଥିବା ସୂଚନା ମିଳିଛି। ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀଙ୍କ ଅନୁଗତ କୁହାଯାଉଥିବା ଏହି ଶ୍ରମିକ ନେତାଙ୍କ ନାମ ଚକ୍ରଧର ମହାନ୍ତ।
/sambad/media/post_attachments/wp-content/uploads/2019/01/images-3-5-300x168.jpg)
ସୂଚନାଯୋଗ୍ୟ, ଗତକାଲି ରାତି ପ୍ରାୟ ୧୨.୩୦ରେ ସେ ଘରେ ଶୋଇଥିବା ବେଳେ ବାହାରୁ କବାଟ ବନ୍ଦ କରି ଦେଇ ଦୁର୍ବୃତ୍ତମାନେ ପେଟ୍ରୋଲ ଢ଼ାଳି ବାରଣ୍ଡାରେ ଥିବା ତାଙ୍କର ଗୋଟିଏ ବାଇକ୍ ଓ ତିନିିଟି ସ୍କୁଟିରେ ନିଆଁ ଲଗାଇ ଦେଇଥିଲେ। ଗାଡ଼ିଗୁଡ଼ିକ ଜଳି ପାଉଁଶ ହୋଇଯାଇଛି। ଦୁଇଟି କୁଲର ମଧ୍ୟ ପୋଡି ଯାଇଛି। ଏହି ଘଟଣାରେ କେହି ଆହତ ହୋଇ ନଥିବା ସୂଚନା ମିଳିଛି। ଯଦିଓ ନିଆଁ ଲାଗିବା ଚକ୍ରଧର ମହାନ୍ତ ଜାଣି ପାରିଲେ କିନ୍ତୁ ସମ୍ମୁଖ ଦୁଆର ବନ୍ଦ ଥିବାରୁ କିଛି କି ପାରି ନଥିଲେ। ପଡୋଶୀଙ୍କ ସହାୟତାରେ ଫୟାର ସର୍ଭିସ୍ ଓ ପୁଲିସକୁ ଖବର ଦିଆଯିବାରୁ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରି ନେଇଥିଲା। ଏକ ବଡ଼ ଅଘଟଣରୁ ଶମ୍ରିକ ନେତାଙ୍କ ପରିବାର ବର୍ତ୍ତି ଯାଇଛନ୍ତି ବୋଲି ପଡୋଶୀମାନେ ଆଲୋଚନା କରୁଛନ୍ତି। ଝିରପାଣି ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/11-3.jpg)