ଝାରସୁଗୁଡ଼ା: ସ୍ଥାନୀୟ ବୀରସୁରେନ୍ଦ୍ର ସାଏ ବିମାନବନ୍ଦରର ରନୱେ ନିକଟରେ ଗୁରୁବାର ରାତି ନିଆଁ ଲାଗିଥିବା ସୂଚନା ମିଳିଛି। ବଜ୍ରପାତ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଛି ବୋଲି କୁହାଯାଉଛି। ଅଗ୍ନିକାଣ୍ଡ ପରେ ୩ଟି ଦମକଳ ଗାଡ଼ି ଦ୍ଵାରା ନିଆଁ ଆୟତ୍ତ କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ।
/sambad/media/post_attachments/wp-content/uploads/2018/09/jsg2-300x169.jpg)
ସୂଚନା ଅନୁସାରେ ବଜ୍ରପାତ ଯୋଗୁଁ ଆଜି ରାତି ପ୍ରାୟ ୮ଟା ୩୦ରେ ରନେଓ୍ଵ ନିକଟରେ ହଠାତ ନିଆଁ ଲାଗିଥିଲା। ନିଆଁ ଲାଗିବା ପରେ ବିମାନବନ୍ଦର କର୍ତ୍ତୃପକ୍ଷ ତରଫରୁ ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା। ଏହା ପରେ ବିମାନବନ୍ଦରର ୨ଟି ଓ ଝାରସୁଗୁଡ଼ାର ଗୋଟିଏ ଦମକଳ ଗାଡ଼ି ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁକୁ ଆୟତ୍ତ କରିବା ପାଇଁ ୨୦ ମିନିଟ ସମୟ ଲାଗିଥିଲା।
ନିଆଁ ଲିଭିଯିବା ପରେ ହାଇଦ୍ରାବାଦ୍-କୋଲକାତା ବିମାନ ‘ସ୍ପାଇସ୍ଜେଟ୍ ଝାରସୁଗୁଡ଼ା ବିମାନ ବନ୍ଦରରେ ଅବତରଣ କରିଥିଲା ବୋଲି କର୍ତ୍ତୃପକ୍ଷ ପକ୍ଷରୁ ସୂଚନା ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/Jsg.jpg)