ରାଇରଙ୍ଗପୁର: ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ୧୪ ରୁ ୨୦ ଏପ୍ରିଲ ପର୍ଯ୍ୟନ୍ତ ଅଗ୍ନିଶମ ସହିଦ ଦିବସ ସପ୍ତାହ ଭାବେ ରାଇରଙ୍ଗପୁର ଅଗ୍ନିଶମ କେନ୍ଦ୍ର ପକ୍ଷରୁ ଅଗ୍ନିଶମ ଅଧିକାରୀ କୃଷ୍ଣଚନ୍ଦ୍ର ସାମଲଙ୍କ ନେତୃତ୍ବରେ ପାଳନ ହୋଇଯାଇଛି। ଏହି ସପ୍ତାହ ପାଳନର ମୁଖ୍ୟ ଉଦ୍ଦେଶ୍ୟରେ ହେଉଛି ଜନ ସାଧାରଣଙ୍କ ମଧ୍ୟରେ ଅଗ୍ନି ସଚେତନତା ସୃଷ୍ଟି କରିବା। ଅଗ୍ନିଶମ କର୍ମଚାରୀମାନେ କାର୍ଯ୍ୟ କରୁଥିବା ସମୟରେ ବୀରଗତି ପ୍ରାପ୍ତ ହୋଇଥିବା କର୍ମଚାରୀଙ୍କ ସ୍ମୃତିରେ ଏହି ଦିବସ ପାଳନ କରାଯାଇଥାଏ।

Advertisment

ତେବେ ରାଜ୍ୟରେ ପ୍ରତ୍ୟେକ ବର୍ଷ ୧୦ ହଜାରରୁ ଅଧିକ ଅଗ୍ନି ଦୁର୍ଘଟଣା ଘଟିଥାଏ। ତେଣୁ କେମିତି ସତର୍କତା ଅବଲମ୍ବନ କଲେ ଅଗ୍ନି ଦୂର୍ଘଟଣାକୁ ରୋକାଯାଇ ପାରିବ ସେ ନେଇ ସେନେଇ ଏକ ସଚେତନତା ରଥ ସହରର ବିଭିନ୍ନ ଗ୍ୱାର୍ଡକୁ ବୁଲି ଜନସାଧାରଣଙ୍କୁ ସଚେତନତା କରାଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ରାଇରଙ୍ଗପୁର ଅଗ୍ନିଶମ କେନ୍ଦ୍ରର ସମସ୍ତ କର୍ମଚାରୀମାନେ ପରିଚାଳନା କରିବାରେ ସହଯୋଗ କରିଥିଲେ। ଆସନ୍ତା ୨୦ ଏପ୍ରିଲ ପର୍ଯ୍ୟନ୍ତ ଏହି ସପ୍ତାହ ପାଳନ କରାଯିବ ବୋଲି ଅଗ୍ନିଶମ ଅଦିକାରୀ ଶ୍ରୀ ସାମଲ ସୂଚନା ପ୍ରଦାନ କରିଛନ୍ତି।