ଭଦ୍ରକ: କଟକର ଜଗତପୁରସ୍ଥିତ ସଦଗୁରୁ କୋଭିଡ ହସ୍ପିଟାଲରେ ଦୁଇ ଦିନ ତଳେ ଅଗ୍ନିକାଣ୍ଡ ଘଟଣା ଘଟିବା ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଜି ଭଦ୍ରକ ଜିଲ୍ଲାର ସାଳନ୍ଦୀ କୋଭିଡ୍ ହସପିଟାଲରେ ଫାୟା ସେଫ୍ଟିକୁ ନେଇ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ସ୍ବାସ୍ଥ୍ୟ ବିଭାଗର କର୍ମଚାରୀଙ୍କ ଉପସ୍ଥିତିରେ ଭଦ୍ରକ ଜିଲ୍ଲା ଅଗ୍ନିଶମ ଅଧିକାରୀମାନେ କୋଭିଡ୍ ହସପିଟାଲର କର୍ମଚାରୀଙ୍କୁ ଫାୟାର ସେଫ୍ଟି ଉପରେ କିଭରି କାର୍ଯ୍ୟ କରିବେ ତାହା ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ହସପିଟାଲରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଲେ କର୍ମଚାରୀମାନେ ହଠାତ୍ କିଭଳି ଏଇ ଦୁର୍ଘଟଣାରୁ ରକ୍ଷା ପାଇବେ ତାହା ଉପରେ ବିଶେଷ ଭାବେ ଆଲୋଚନା କରାଯାଇଥିଲା।
ଭଦ୍ରକ ସାଳନ୍ଦୀ କୋଭିଡ୍ ହସପିଟାଲରେ ଫାୟାର ସେଫ୍ଟି ନେଇ ପ୍ରଶିକ୍ଷଣ
/sambad/media/post_attachments/wp-content/uploads/2020/09/BDK.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)