ଭଦ୍ରକ: ଅଗ୍ନିକାଣ୍ଡରେ ଶନିବାର ୪ ବଖରା ଘର ଜଳି ଯାଇଛି। ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ପୌରାଞ୍ଚଳ ଅନ୍ତର୍ଗତ ଗବଶାହି ଗ୍ରାମରେ ଘଟିଥିବା ଏହି ଅଗ୍ନିକାଣ୍ଡ ନେଇ ଖବର ପାଇ ଘଟଣା ସ୍ଥଳରେ ଭଦ୍ରକ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ଦମକଳ ବାହିନୀ ପହଞ୍ଚିବା ବିଳମ୍ବ ଏବଂ ଯାନ୍ତ୍ରିକ ତୃଟି ଯୋଗୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।
ଏହି ଅଗ୍ନିକାଣ୍ଡରେ ପ୍ରଭାବିତ ହୋଇଥିବା କିଶୋର ପ୍ରସାଦ ପାଣି ଏବଂ ଜ୍ଞାନ ପ୍ରକାଶ ପଣିଙ୍କ ଘରେ ଥିବା ଧାନ ଚାଉଳ, ଘରର ଆସବାବ ପତ୍ର ସହ ନଗଦ ଟଙ୍କା ଜଳିପୋଡ଼ି ଛାରଖାର ହୋଇଯାଇଛି। ଅଗ୍ନି ବିପନ୍ନଙ୍କୁ ସରକାରୀ ସହାୟତା ଦେବା ପାଇଁ ସାଧାରଣ ରେ ଦାବି ହୋଇଛି। ତେବେ ଏହି ଅଗ୍ନିକାଣ୍ଡ କାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ବିଦ୍ୟୁତ ସଟ୍ ସର୍କିଟ ଯୋଗୁ ଏହା ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ସୌଭାଗ୍ୟ କ୍ରମେ ପରିବାରର କୌଣସି ସଦସ୍ୟ ମୃତାହତ ହୋଇନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/bdk.jpg)