ଧରାକୋଟ: ସଂପ୍ରତି କରୋନା ମାହାମାରୀର ପାଦୁର୍ଭାବ କମ ହୋଇ ନଥିବା ବେଳେ ବାଣ ବିକ୍ରି ଏବଂ ବାଣ ଫୁଟାଇବା ନେଇ ପ୍ରଶାସନ ପକ୍ଷରୁ ସଂପୂର୍ଣ୍ଣ ବନ୍ଦ କରାଯାଇଛି। ଏଣୁ ପୁଲିସ୍ ପକ୍ଷରୁ ବେଆଇନ ବାଣ ବିକ୍ରି ଓ ଚାଲାଣ ଉପରେ ଚଢଉକୁ ଜୋର୍ଦାର କରାଯାଇଛି।
ଗତ କିଛି ଦିନ ତଳେ ଆସିକା ପୁଲିସ୍ ପକ୍ଷରୁ ଚଢଉ କରାଯାଇ ବିପୁଳ ପରିମାଣର ବାଣ ଜବତ କରାଯାଇଥିବା ବେଳେ ଆଜି ପୁଣି ଧରାକୋଟ ପୁଲିସ ପକ୍ଷରୁ ଲକ୍ଷାଧିକ ଟଙ୍କାର ବାଣ ଭର୍ତ୍ତି ଟ୍ରକ୍ ଜବତ କରାଯାଇଛି। ଗତକାଲି ରାତିରେ ଧରାକୋଟ ପୁଲିସ୍ ପକ୍ଷରୁ ମୁଣ୍ଡମରାଇ କଲେଜ ନିକଟ ପାହାଡ ନିକଟରୁ ଏକ ବାଣ ଭର୍ତ୍ତି ଟ୍ରକ୍କୁ ପୁଲିସ୍ ଜବତ କରିଛି। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଆସିକା ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନଙ୍କ ନେତୃତ୍ବରେ ପୁଲିସ୍ ଟିମ୍ ଚଢଉ କରି ଏହି ଟ୍ରକ୍ଟି(ଓଆର୍ ୦୭ ବି ୪୧୦୧)କୁ ଜବତ କରିଥିବା ବେଳେ ଘଟଣାସ୍ଥଳରୁ ଚାଳକ ଚମ୍ପଟ ମାରିଥିଲା।
/sambad/media/post_attachments/wp-content/uploads/2020/11/5ebb750d-770f-4c8e-a304-851df8a66278-300x139.jpg)
ଜବତ ଟ୍ରକ୍ଟିକୁ ଥାନାକୁ ଅଣାଯାଇଥିବା ବେଳେ ଟ୍ରକ୍ଟିରେ ଶହେରୁ ଊର୍ଧ୍ବ ପେଟିରେ ବାଣ ରହିଥିବା ଜଣାପଡିଥିଲା ଯାହାର କି ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପୁଲିସ୍ ପ୍ରକାଶ କରିଛି।
ଏଥିସହ ଗାଡିରେ ଥିବା ପାଲକୁ ଜବତ କରିବା ସହ କୋର୍ଟରୁ ନିର୍ଦ୍ଦେଶ ଆସିବା ପରେ ବାଣଗୁଡିକୁ ନଷ୍ଠ କରାଯିବ ବୋଲି ଜଣାପଡିଛି। ଏନେଇ ଥାନାରେ ୧୬୯/୨୦ରେ ବିସ୍ଫୋରକ ସାମଗ୍ରୀ ଚୋରା ଚାଲାଣ, ବିପର୍ଯ୍ୟୟ ପରିଚାଳନା ଆଇନର ଉଲଙ୍ଘନ ଏବଂ ଶବ୍ଦ ପ୍ରଦୂଷଣ ଆଇନ ଉଲଙ୍ଘନ ଅଭିଯୋଗରେ ମାମାଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ସହଦେବ ମହାପାତ୍ର ସୂଚନା ଦେଇଛନ୍ତି।
ବାଣ ଟ୍ରକ୍ଟି କେଉଁ ଠାରୁ କେଉଁଠିକୁ ଯାଉଥିଲା ଏବଂ କିଏ ଏଭଳି ବେଆଇନ ଚାଲାଣ କରୁଥିଲା ସେନେଇ ପୁଲିସ୍ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ଏହି ଚଢଉରେ ଥାନା ଅଧିକାରୀ ମହାପାତ୍ରଙ୍କ ସମେତ ଏସ୍ଆଇ ବିନୟ କୁମାର ଦାସ ସଦଳବଳେ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/689306f6-9ce2-4120-939a-059264735801.jpg)