ଗଂଜାମ: ବ୍ରହ୍ମପୁରରେ କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କୁ ଗୁଳିମାଡ଼

ବ୍ରହ୍ମପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୁଧବାର ସନ୍ଧ୍ୟାରେ ବ୍ରହ୍ମପୁରର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ନିକଟରେ ଜଣେ କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କୁ ଗୁଳିମାଡ଼ ହୋଇଛି। ସୂଚନା ଅନୁସାରେ ଜାତୀୟ ରାଜପଥ କଡ଼ରେ ବିଧାୟକ ପ୍ରାର୍ଥୀ ମନୋଜ କୁମାର ଜେନା ପରିଶ୍ରା କରୁଥିବା ବେଳେ ୪ ଜଣ ଦୁର୍ବୃତ୍ତ ବାଇକରେ ଆସି ଅଚାନକ ଗୁଳି କରି  ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ।

ରାତି ୯ଟା ପରେ ଗୁଳିକାଣ୍ଡ ଘଟଣା ସଂପର୍କରେ ସୂଚନା ପାଇ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ପୁଲିସ ଟିମ୍‌ ସହିତ ଘଟଣାସ୍ଥଳକୁ ପହଂଚିଛନ୍ତି। ଗୁରୁତର ମନୋଜ ଓ ତାଙ୍କ ସହଯୋଗୀଙ୍କୁ ଏମ୍‌କେସିଜି ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ପୁଲିସ କହିଛି ମନୋଜ ଓ ସହଯୋଗୀ ସନ୍ତୋଷଙ୍କ ଛାତିରେ ଗୁଳି ବାଜିଛି। ପୁଲିସ ଘଟଣାସ୍ଥଳରୁ ଗୋଟିଏ ମାଉଜର ଏବଂ ଗୁଳି ଜବତ କରିଛି। ରିପୋର୍ଟ ଲେଖାଯିବା ବେଳକୁ ପୁଲିସ୍‌ ଛାନ୍‌ଭିନ କରୁଛି।

ସୂଚନାଯୋଗ୍ୟ ରାତି ପାହିଲେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌ ଗଣତି ହେବାକୁ ଥିବା ବେଳେ ଏହା ପୂର୍ବରୁ ବ୍ରହ୍ମପୁରରେ ଗୁଳିକାଣ୍ଡକୁ ନେଇ ନେତାମାନଙ୍କ ମଧ୍ୟରେ ଚିନ୍ତା ପଶିଯାଇଛି।

 

ସମ୍ବନ୍ଧିତ ଖବର