ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ଦନ୍ତେଵାଡା ଜିଲ୍ଲାରେ ପୁଣି ନକ୍ସଲ ପୁଲିସ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ବହୁ କ୍ୟାଡର ନକ୍ସଲ ଖସିଯାଇଥିବା ଜଣାପଡିଛି। ଘଟଣାସ୍ଥଳରୁ ବ୍ୟାପକ ମାଓ ସାମଗ୍ରୀ ଜବତ କରାଯାଇଛି। ବିଶେଷ ସୂତ୍ରର ଖବର ପାଇ ଡିଆରଜି, ସିଆରପିଏଫ, ଏସଟିଏଫ ଏବଂ ଜିଲ୍ଲା ପୁଲିସ ବିରାସୁର ଗ୍ରାମ ନିକଟସ୍ଥ ଜଂଗଲରେ ଥିବା ନକ୍ସଲ କ୍ୟାମ୍ପ ଉପରେ ଚଢାଉ କରିଥିଲେ। ନକ୍ସଲ ଯବାନଙ୍କ ଉପରେ ଅତର୍କିତ ଗୁଳି ଚଳାଇଥିଲେ।ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ।ଦୀର୍ଘ ସମୟ ଧରି ଗୁଳିବିନିମୟ ଘଟିଥିଲା। ଏହି ଗୁଳିବିନିମୟରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ପୁଲିସ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ବୋମା ସହ ମାଓ ସାମଗ୍ରୀ ଜବତ କରିବାରେ ସଫଳ ହୋଇଛି। ଘଟଣାସ୍ଥଳରେ ପୁଲିସ ଏବେ ବି ସର୍ଚ୍ଚ ଅପରେସନ ଜାରି ରଖିଛି।
ପୁଲିସ-ନକ୍ସଲ ଗୁଳିବିନିମୟ: ଖସିଗଲେ କ୍ୟାଡର ନକ୍ସଲ, ମାଓ ସାମଗ୍ରୀ ଜବତ
/sambad/media/post_attachments/wp-content/uploads/2021/03/Mkg-mao-samagri-jabat.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)