ମିକ୍ସଚର କିଣିବା ବାହାନାରେ ଦୋକାନୀଙ୍କଠାରୁ ସୁନା ଲୁଟି ଗୁଳିମାଡ କରି ଦୁର୍ବୃତ୍ତ ଚମ୍ପଟ

ବାଲେଶ୍ୱର: ବାଲେଶ୍ୱର ଖନ୍ତାପଡ଼ା  ଶେରଗଡ଼ ଟୋଲଗେଟ୍‌ ନିକଟରେ ଯୁବକଙ୍କୁ ଗୁଳିମାଡ କରି ଲୁଟ କରିବା ପରେ ଦୁର୍ବୃତ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି। ବୃଦ୍ଧଙ୍କ  ମୁଣ୍ଡ ଓ ଗୋଡରେ ୨ଟି ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ୱର ହସ୍‌ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ଭାଗବତ ରାଉତ (୬୧) ଆଜି ନିଜ ସଉଦା ଦୋକାନରେ ବସିଥିଲେ। ଏହି ସମୟରେ ୪ରୁ ୫ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଦୋକାନରୁ ମିକ୍ସଚର କିଣିଥିଲେ। ୨ଜଣ ମିକ୍ସଚର କିଣୁଥିବା ସମୟରେ ଅନ୍ୟମାନେ ଦୋକାନୀ ଭାଗବତ ରାଉତଙ୍କ ବେକରୁ ସୁନା ଚେନ୍‌ ଛିଣ୍ଡାଇ ନେଇଥିଲେ। ତେବେ ଦୁର୍ବୃତ୍ତଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ଭାଗବତ ରାଉତଙ୍କୁ ଉପରକୁ ସେମାନେ ଗୁଳିଚଳାଇ ଥିଲେ।

ଦୁର୍ବୃତ୍ତଙ୍କ ଦୁଇଟି ଗୁଳି ଭାଗବତଙ୍କ ମୁଣ୍ଡ ଓ ଗୋଡରେ ବାଜିଥିଲା। ସ୍ଥାନୀୟଲୋକେ ତାଙ୍କୁ ସେଠାରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଏବେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର