ସୀମାନ୍ତରେ ନକ୍ସଲ ପୁଲିସ ଗୁଳିବିନିମୟ; ଅଳ୍ପକେ ବର୍ତ୍ତିଲେ ବିଧାୟକ

ଗୁଳିବିନିମୟରେ ଜଣେ ଯବାନ ସହିଦ,୨ ଜଣ ଗୁରୁତର

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାରେ ନାରାୟଣପୁର ବିଧାୟକଙ୍କ ଉପରେ ନକ୍ସଲ ଆକ୍ରମଣ କରିଛନ୍ତି। ତେବେ ଏହି ନକ୍ସଲ ଆକ୍ରମଣରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବିଧାୟକ। କିନ୍ତୁ ଏହି ଗୁଳିବିନିମୟରେ ଜଣେ ଆଇଟିବିପିର ଯବାନ ସହିଦ ହୋଇଥିବା ବେଳେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।

ଘଟଣା ଅନୁଯାୟୀ ନାରାୟଣପୁର ବିଧାୟକ ଚନ୍ଦନ କଶ୍ୟପ ନିଜର କର୍ମୀଙ୍କୁ ନେଇ କୌଣସି ଏକ କାର୍ଯ୍ୟକ୍ରମରେ ଯିବାର ଥିଲା। ତେବେ ଏହି ଜିଲ୍ଲାର ଛୋଟେଡଂଗର ଥାନା ଅନ୍ତର୍ଗତ ଆମଦାଇ ଘାଟିକୁ ଆଇଟିବିପିର ଯବାନ କମ୍ବିଂ କରୁଥିଲେ। ରାସ୍ତା ସଫା କରିବା ପରେ ବିଧାୟକ ଏହି ଘାଟି ରାସ୍ତା ଦେଇ ଯାଇଥାନ୍ତେ। ତେବେ ବିଧାୟକ ଘାଟି ରାସ୍ତାରେ ପହଞ୍ଚିବା ମାତ୍ରେ ନକ୍ସଲ ଅତର୍କିତ ଗୁଳି ଚଳାଇଥିଲେ। ତେବେ ବିଧାୟକଙ୍କୁ ଜୀବନ ବଞ୍ଚାଇବାକୁ ଯାଇ ଆଇଟିବିପିର ଯବାନ ନକ୍ସଲଙ୍କୁ ପାଲଟା ଜବାବ ଦେଇଥିଲେ।

ବିଧାୟକଙ୍କୁ ସୁରକ୍ଷିତ ଭାବେ ଘାଟିରୁ ଯବାନ ବାହାର କରିବା ପରେ ନକ୍ସଲଙ୍କ ସହ ଲଢେଇ କରିଥିଲେ। ଦୀର୍ଘ ସମୟ ଧରି ଗୁଳିବିନିମୟ ଘଟିବା ପରେ ଜଣେ ଆଇଟିବିପିର ଯବାନ ସହିଦ ହୋଇଥିଲେ। ଆଉ ୨ ଜଣ ଯବାନ ଗୁରୁତର ଆହତ ହୋଇଥିଲେ। ମୃତ୍ୟୁବରଣ କରିଥିବା ଯବାନ ଜଣଙ୍କ ହେଲେ ଶିବ କୁମାର ମୀନା। ବିଧାୟକଙ୍କୁ ସୁରକ୍ଷିତ ଭାବେ ନାରାୟଣପୁରକୁ ଅଣାଯାଇଥିବା ବସ୍ତର ଆଇଜି ସୁନ୍ଦରରାଜ ପି ପ୍ରକାଶ କହିଛନ୍ତି। ବର୍ତ୍ତମାନ ବି ଘଟଣାସ୍ଥଲରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଉଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର