ମାଲକାନଗିରି: ମାଲକାନଗିରି ପୁଲିସକୁ ମିଳିଛି ବଡ ସଫଳତା। ମାଲକାନଗିରିରେ ମାଓବାଦୀଙ୍କୁ ଦମନ ନେଇ ଜିଲ୍ଲା ପୁଲିସର ଘନଘନ ଚଢାଉରେ ନକ୍ସଲ ନାକେଦମ ହେବା ସହ ଲୁଚିବା ପାଇଁ ଗାଁର ସାହାର ନେଉଛନ୍ତି। ତେବେ ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ଓ କୋରାପୁଟ ଜିଲ୍ଲା ପୁଲିସ, ଏସ୍‌ଓଜି, ଡିଭିଏଫ ଯବାନ ମିଳିତ ମାଲକାନଗିରି ଏବଂ କୋରାପୁଟ ସୀମାରେ ବଦଲି ଏବଂ କୁମିଖାରୀ ଜଂଗଲରେ ଚଢଉ କରିଥିଲେ। ଏଠାରେ ପୂର୍ବରୁ ମାଓ ନେତା ରାକେଶ କ୍ୟାମ୍ପ କରି ରହିଥିଲେ। ଯବାନଙ୍କୁ ଦେଖି ନକ୍ସଲ ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ଦୀର୍ଘ ସମୟ ଧରି ଗୁଳି ବିନିମୟ ଚାଲିଥିଲା।

Advertisment

ତେବେ ନକ୍ସଲ ପୁଲିସ ଗୁଳିର ସାମ୍ନା କରି ନପାରି ଛତ୍ରଭଙ୍ଗ ଦେଇଥିଲେ। ଘଟଣା ସ୍ଥଳରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ପୁଲିସକୁ ଗୋଟିଏ ୩୦୩ ବନ୍ଧୁକ ସହ କିଟ୍‌ ବ୍ୟାଗ, ଔଷଧ, ଜୀବନ୍ତ ଗୁଳି, ମାଓ ପୋଷାକ, ପୁସ୍ତକ ଇତ୍ୟାଦି ମିଳିଛି। ଆଜି ମାଲକାନଗିରି ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଜିଲ୍ଲା ଏସ୍‌ପି ପ୍ରହ୍ଲାଦ ସହାୟ ମୀନା ଏବଂ ବିଏସ୍‌ଏଫ କମାଣ୍ଡାଣ୍ଟଙ୍କ ଉପସ୍ଥିତିରେ ଜବତ କରାଯାଇଥିବା ମାଓ ସାମଗ୍ରୀକୁ ପ୍ରଦର୍ଶନ କରାଯାଇଥିଲା। ଏଥିସହ କିପରି ପୁଲିସ ନକ୍ସଲଙ୍କ ସହ ଲଢେଇ କରିଥିଲେ ସେନେଇ ଏସ୍‌ପି ବଖାଣିଥିଲେ। ତେବେ ଏହି ଗୁଳି ବିନିମୟରେ ଅଳ୍ପକେ ପ୍ଲାଟୁନ କମାଣ୍ଡର ରାକେଶ ବର୍ତ୍ତି ଯାଇଥିବା ଏସ୍‌ପି ପ୍ରକାଶ କରିଥିଲେ।

publive-image Sambad

ତେବେ ଘଟଣା ସ୍ଥଳର ପରିବେଶ ଦେଖିଲେ ବହୁ ନକ୍ସଲ ମୃତାହତ ହୋଇଥିବା ସୂଚନା ମିଳେ। ବିଭିନ୍ନ ସ୍ଥାନରେ ରକ୍ତର ଛିଟା ପଡିଥିବାରୁ ନକ୍ସଲ ଆହତ କିମ୍ବା ମୃତ୍ୟୁବରଣ କରିଥିବା ବେଳେ ନକ୍ସଲ ସେମାନଙ୍କୁ ନେବାରେ ସଫଳ ହୋଇଥିବା କୁହାଯାଇଛି। ଅନ୍ୟଦିଗରେ ଦୁଇଜଣ ନକ୍ସଲଙ୍କୁ କୋରାପୁଟ ପୁଲିସ ଗିରଫ କରିବାରେ ସଫଳ ହୋଇଥିବା ସୂଚନା ମିଳିଛି। ତେବେ ମାଓ ଦମନରେ ମାଲକାନଗରି ପୁଲିସ ଲଗାତାର ସଫଳତା ପାଇ ଚାଲିଛି। ମାଓ ଗତିବିଧି ଉପରେ ନଜର ରଖିଥିବା ବେଳେ ସେମାନଙ୍କୁ ଟାର୍ଗେଟ କରାଯାଉଛି। ନକ୍ସଲ ଜିଲ୍ଲାରୁ ମୂଳତ୍ପାଟନ କରାଯିବ ବୋଲି କୁହାଯାଇଛି।