ଦଶପଲ୍ଲା: ନରେଗା ବୈଠକକୁ ନେଇ ଯୁକ୍ତି ତର୍କ ହେବା ପରେ ଶୁକ୍ରବାର ଜଣେ ଯୁବକଙ୍କ ଗୁଳିମାଡ଼ରେ ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଅଞ୍ଚଳର ଜଣେ ଭିଏଲ୍ଡବ୍ଲୁ ଆହତ ହୋଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ ଭିଏଲ୍ଡବ୍ଲୁ ମୁରଲିଧର ବାରିକଙ୍କ ୨ ଗୋଡରେ ଗୁଳି ବାଜିଛି। ଆତହ ଅବସ୍ଥାରେ ତାଙ୍କୁ ପ୍ରଥମେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ଯୋଗାଇ ଦେବା ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁସାରେ ଭିଏଲଡବ୍ଲୁ ଆଜି ଅପରାହ୍ଣ ୨ଟା ୩୦ରେ ମହାନ୍ତିପଲ୍ଲୀ ଗାଁକୁ ନରେଗା ବୈଠକ ପାଇଁ ଯାଇଥିଲେ। ବୈଠକରେ ଶ୍ରମିକ ନେତା ଚୟନ ହେବାର ଥିଲା। ମାତ୍ର ବୈଠକ ପୂର୍ବରୁ ନେତା ଚୟନକୁ ନେଇ ଗାଁର ବିକାଶ ବେହେରା ନାଁରେ ଜଣେ ଯୁବକ ମୁରଲିଧରଙ୍କ ସହ ଯୁକ୍ତିତର୍କ କରିଥିଲେ। ଫଳରେ ବିରକ୍ତି ପ୍ରକାଶ କରି ମୁରଲିଧର ଫେରିଆସିବାକୁ ଉଦ୍ୟମ କରିଥିଲେ। ଏତିକି ବେଳେ ବିକାଶ ଅତର୍କିତ ଭାବେ ୨ ରାଉଣ୍ଡ ଗୁଳି ଚଳାଇଥିଲେ।
/sambad/media/post_attachments/wp-content/uploads/2019/08/dasapalla1-1024x498.jpg)
ଆହତର ସମ୍ମୁଖୀନ ହେବା ପରେ ବୈଠକକୁ ଆସିଥିବା ଲୋକେ ମୁରଲିଧରଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏନେଇ ବିକାଶଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ ଅଭିଯୁକ୍ତ ବିକାଶ ଫେରାର ଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/dasapalla.jpg)