ପୁରୀ: ଘରେ ଟିଭି ଦେଖୁଥିବା ଜଣେ ବ୍ୟକ୍ତିଙ୍କୁ ଡାକି ଦୁର୍ବୃତ୍ତମାନେ ଗୁଳି କରି ଘଟଣାସ୍ଥଳରୁ ହଠାତ୍‌ ଫେରାର ହୋଇଯାଇଛନ୍ତି। ସୂଚନା ଅନୁସାରେ ସମୁଦ୍ରକୂଳ ଥାନା ଅନ୍ତର୍ଗତ ଗଉଡ଼ବାଡ଼ ସାହିରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ ଶନିବାର ସନ୍ଧ୍ୟାରେ ବାବୁଲି ଓରଫ ସୁକାନ୍ତ ସାହୁ ଘରେ ବସି ଟିଭି ଦେଖୁଥିଲେ। ଏହି ସମୟରେ ୨ ଜଣ ଦୁର୍ବୃତ୍ତ ଆସି ବାବୁଲିଙ୍କୁ ଡାକିଥିଲେ। ବାବୁଲି କିଛି କହିବା ପୂର୍ବରୁ ହଠାତ୍‌ ଗୁଳି କରି ଫେରାର ହୋଇଯାଇଥିଲେ।

Advertisment

ସ୍ଥାନୀୟ ଲୋକଙ୍କର ସହାୟତାରେ ବାବୁଲିଙ୍କୁ ପୁରୀ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିକାଣ୍ଡ ହୋଇଥାଏ ପାରେ ବୋଲି ପୁଲିସ କହିଛି।