ସୁବର୍ଣ୍ଣପୁର: ଡୁଙ୍ଗୁରିପାଲି ବ୍ଲକସ୍ଥିତ ରାଜୀବ ଭବନରେ ସୋମବାର ‘ପିଠା’ ପାଇଁ ଏକ ପ୍ରସ୍ତୁତି ବୈଠକ ଚାଲିଥିଲା। ବୈଠକ ଚାଲିଥିବା ବେଳେ ଦୁଇ ଜଣ ଅଜଣା ଯୁବକ ବାଇକ୍ ଆସି ଚେରୁପାଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ଦୁର୍ଯୋଧନ ମେହେରଙ୍କୁ ଡାକିଥିଲେ। ପରେ ତାଙ୍କ ସହିତ କୌଣସି କଥାକୁ ନେଇ ଯୁକ୍ତିତର୍କ କରିବା ସହିତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ସରପଞ୍ଚ ସେମାନଙ୍କୁ ବିରୋଧ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏହା ପରେ ଦୁଇ ଯୁବକ ବନ୍ଧୁକରୁ ତିନି ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇ ଯାଇଥିଲେ। ସୌଭାଗ୍ୟବଶତଃ ଗୁଳି କିନ୍ତୁ କାହା ଦେହରେ ବାଜି ନଥିଲା। ଏହାକୁ ନେଇ ବ୍ଲକ ଅଫିସ୍ ପରିସରରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା। ଏହି ଘଟଣା ସମ୍ପର୍କରେ ଡୁଙ୍ଗୁରିପାଲି ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ବୈଠକକୁ ବ୍ଲକ୍ ଅଧ୍ୟକ୍ଷ ମକରଧ୍ୱଜ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ଭିଡିଓ, ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ଇଓ) ଯୋଗ ଦେଇଥିଲେ।