ନୂଆପଡା: ନୂଆପଡ଼ା ଜିଲ୍ଲା ଲଖନା ଥାନା କୁରୁମପୁରୀ ଲିମଡିହି ଗାଁରେ ୱାର୍ଡମେମ୍ବର ନିର୍ବାଚନକୁ କେନ୍ଦ୍ରକରି ଗୁଳିମାଡ ହୋଇଥିବା ଅଭିଯୋଗ ହୋଇଛି | ଏଥିରେ ରୁପେସ ସାହୁ ନାମକ ଜଣେ ଯୁବକ ଆହତ ହୋଇଛନ୍ତି | ସୂଚନା ମୁତାବକ ଚଳିତ ପଂଚାୟତ ନିର୍ବାଚନରେ ଲିମିଡିହି ଗାଁର ୱାର୍ଡ ମେମ୍ବର ପ୍ରାର୍ଥୀ ଭାବରେ ମୋହନ ସାହୁ ଓ ରାମଲାର ଶବର ଛିଡା ହୋଇଥିଲେ | ଏଥିରେ ରାମଲାଲ ଶବର ବିଜୟୀ ହୋଇଥିଲେ |
ହେଲେ ବିଜୟୀ ପ୍ରାର୍ଥୀ ରାମଲାଲ ଶବରଙ୍କ ତିନି ପୁଅ ଝିଅ ରହିଥିବା ଅଭିଯୋଗ କରି ହାରିଥିବା ୱାର୍ଡମେମ୍ବର ପ୍ରାର୍ଥୀ ଆରଟିଆଇରେ ସୂଚନା ମାଗିଥିଲେ | ଏଥିରେ କ୍ଷୁବଧ ହୋଇ ବିଜୟୀ ପ୍ରାର୍ଥୀଙ୍କ ସମର୍ଥକମାନେ ଗତକାଲି ବିଳମ୍ବିତ ରାତ୍ରିରେ ମୋହନ ସାହୁଙ୍କ ଘରକୁ ପଶି ଗୁଳିମାଡ କରିଥିଲେ |
/sambad/media/post_attachments/wp-content/uploads/2022/03/47548d07-6c9a-4f67-b601-4f37cef00065-300x135.jpg)
ସୌଭାଗ୍ୟବସତଃ ଗୁଳି ରୁପେସ ସାହୁଙ୍କ ଦେହରେ ସିଧାସଳଖ ନବାଜି କାନ୍ଥରେ ବାଜିଥିଲା | ଆଉ ଗୁଳିଟି କାନ୍ଥରେ ବାଜି ତାଙ୍କ ମୁଣ୍ଡରେ ବାଜିଥିଲା | ଯାହାଫଳରେ ରୁପେସ ସାହୁ ଆହତ ଅବସ୍ଥାରେ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।ନୂଆପଡା ଏସଡିପିଓ ଘଟଣାର ତଦନ୍ତ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/xsaaa.jpg)