ଟିପିଏସ୍ଓଡିଏଲ୍ ପକ୍ଷରୁ ଦକ୍ଷିଣ ଓଡ଼ିଶାରେ ବିଦ୍ୟୁତ ବଣ୍ଟନ ପରିଚାଳନାକୁ ବର୍ଷେ ପୂରିଲା

ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାରେ ବିଦ୍ୟୁତ ବିତରଣ ଲାଗି ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଦକ୍ଷିଣ ଓଡ଼ିଶାରେ ବିଦ୍ୟୁତ ବଣ୍ଟନ ପରିଚାଳନାର ପ୍ରଥମ ବର୍ଷ ପୂର୍ତ୍ତୀ ପାଳନ କରାଯାଇଛି । ଟିପିଏସ୍ଓଡିଏଲ୍ ଗଠନ ହେବା ପରଠାରୁ ଯେଉଁଥିରେ ଟାଟା ପାୱାରର ୫୧% ଅଂଶଧନ ରହିଛି, ତାହା ଦକ୍ଷିଣ ଓଡ଼ିଶାରେ ବିଦ୍ୟୁତ ବିତରଣ ଭିତ୍ତିଭୂମିରେ ଉନ୍ନତି ଆଣିବା ଓ ଏହାର ଗ୍ରାହକମାନଙ୍କୁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ନିଶ୍ଚିତ କରିବା ଲାଗି ନିବେଶ ଜାରି ରଖିଛି ।  ଟିପିଏସ୍ଓଡିଏଲ୍ ଏବେ ୪୮,୭୫୧ ବର୍ଗ କିମି ବ୍ୟାପ୍ତ ବ୍ୟାପକ ବିତରଣ ଅଂଚଳରେ ୨୩.୬୯ ପଞ୍ଜୀକୃତ ଗ୍ରାହକ ସଂଖ୍ୟାକୁ ନେଇ ୯୫ ଲକ୍ଷ ଜନସଂଖ୍ୟାକୁ ସେବା ପ୍ରଦାନ କରୁଛି । ଗତ ଏକ ବର୍ଷରେ ଟିପିଏସ୍ଓଡିଏଲ୍ ପକ୍ଷରୁ ବିତରଣ ଭିତିଭୂମିକୁ ସୁଦୃଢ଼ କରିବା, ନୂଆ ପ୍ରଯୁକ୍ତି ଗ୍ରହଣ କରିବା ଏବଂ ଗ୍ରାହକଙ୍କ ଅନୁଭୂତିରେ ଉନ୍ନତି ଆଣିବା ଲାଗି ଏହାର ସେବାଗୁଡ଼ିକର ଡିଜିଟାଲ୍କରଣ କରିବା ଲାଗି ବହୁ ପଦକ୍ଷେପ ହାତକୁ ନିଆଯାଇଛି ।

ସମ୍ବନ୍ଧିତ ଖବର