ତାଳଚେର: ସାରା ଓଡ଼ିଶାରେ ଏକ ଦଂଶନ୍ଧି ଧରି ସାଇନିଂ ରକର୍ସ ଏକାଡେମୀ ବିଭିନ୍ନ ପ୍ରକାରର ରାମ୍ପ୍‌ ୱାକ୍‌ ଏବଂ ଫେସନ୍ ସୋ କରିଆସୁଛି । ପ୍ରଥମଥର ପାଇଁ ତାଳଚେରରେ "ମିସ୍, ମିଷ୍ଟର ଏବଂ ମିସେସ୍ ତାଳଚେର" ରାମ୍ପ୍‌ ୱାକ ପଞ୍ଚାୟତ ସଭାଘରେ ଅନୁଷ୍ଠିତ ହୋଇଯାଇଅଛି । ଏହି ରାମ୍ପ୍‌ ୱାକ୍‌ରେ ତାଳଚେର, ଅନୁଗୁଳ ସମେତ ସାରା ଓଡ଼ିଶାରୁ ମଡେଲ୍‌ମାନେ ଅଂଶଗ୍ରହଣ କରିଥିଲେ। ସକାଳ ୧୦ଟାରୁ ୧୨ଟା ଯାଏ ସେମାନଙ୍କୁ ଗ୍ରୁମିଂ କରିଥିଲେ ମଡେଲ୍‌ ଗ୍ରୁମର୍ ବର୍ଣ୍ଣାଳୀ ରାଉତ ଏବଂ ପ୍ରବିଣ ଚଢ଼ା।

Advertisment

publive-image

ଅପରାହ୍ନ ୨ଟା ବେଳେ ଅତିଥିମାନେ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିଥିଲେ । ସମାଜସେବୀ ଆଶିଷ ଅଗ୍ରୱାଲ, ‘ଆଇଡ୍ରିମ୍ କଲେଜ’ର ନିର୍ଦ୍ଦେଶକ ଦିପ୍ତିରଞ୍ଜନ ବିଶ୍ଵାଳ ଏବଂ ‘ସାଇନିଂ ରକର୍ସ ଏକାଡେମୀ’ର ପ୍ରତିଷ୍ଠାତା ନିର୍ଦ୍ଦେଶକ ଲିନା ବିଶ୍ଵାଳ ଅତିଥି ଭାବେ ଯୋଗଦାନ କରିଥିଲେ । ପ୍ରଥମେ ଦେବାଂଶୀ ବାରିକ୍ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ଅତିଥିମାନଙ୍କୁ ଉତ୍ତରୀୟ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ ଏବଂ ସମ୍ମାନିତ କରିଯାଇଥିଲା।

ପରେ ପରେ ‘ଅବିକା ହ୍ୟାଣ୍ଡଲୁମ୍’ ଦ୍ୱାରା ପ୍ରସ୍ତୁତ ଓଡ଼ିଶା ହସ୍ତତନ୍ତ ଡିଜାଇନର ପୋଷାକ ପିନ୍ଧି ମଡେଲମାନେ ୱାକ୍ କରିଥିଲେ।  ମଡେଲମାନଙ୍କ ସହିତ ‘ଅବିକା’ର ନିର୍ଦ୍ଦେଶକ ଡିଜାଇନର ଅବିନାଶ ସାହୁ ନିଜେ ମଧ୍ୟ ୱାକ୍ କରିଥିଲେ। ତାପରେ ସାଇନିଂ ରକର୍ସ ଏକାଡେମୀର ପ୍ରତିଷ୍ଠାତା ନିର୍ଦ୍ଦେଶକ ଲିନା ବିଶ୍ଵାଳ, ବର୍ଣାଳୀ ରାଉତ ଏବଂ ପ୍ରବିଣ ଚଢ଼ା ମଧ୍ୟ ଓଡ଼ିଶା ହସ୍ତତନ୍ତ ଡିଜାଇନରର ପୋଷାକ ପରିଧାନ କରି ରାମ୍ପ୍‌ରେ ଚାଲିଥିଲେ।

ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଉପସ୍ଥାପକ ଶୁଭଜିତ୍ ପଣ୍ଡା। କାର୍ଯ୍ୟକ୍ରମ ପରିଚାଳନାରେ ସାହାଯ୍ୟ କରିଥିଲେ ଲେଖକ ଏବଂ ସମାଜସେବୀ ଜିତେନ୍ଦ୍ର ମହାପାତ୍ର। ଶେଷରେ ବର୍ଣାଳୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।