କାମାକ୍ଷାନଗର: ମାଛ ବ୍ୟବସାୟୀଙ୍କୁ ମାଡ଼ମାରି ଟଙ୍କା ଛଡ଼ାଇନଲେ ଦୁର୍ବୃତ୍ତ। ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଖତେଇବେଣି କେନାଲ ନିକଟରେ ଘଟିଛି ଏହି ଭଳି ଘଟଣା। ସୂଚନା ମୁତାବକ ବ୍ୟବସାୟୀ ଜଣଙ୍କ ହେଉଛନ୍ତି ଜୟପୁର ଗ୍ରାମର ଚୈତନ୍ୟ ବେହେରା। ସେ ଆଜି ବ୍ୟବସାୟ ସାରି ଘରକୁ ଫେରୁଥିବା ବେଳେ କିଛି ଦୁର୍ବୃତ୍ତଙ୍କ ହାବୁଡ଼ରେ ପଡ଼ିଥିଲେ। ଦୁର୍ବୃତ୍ତମାନେ କେନାଲ ନିକଟରେ ଆକ୍ରମଣ କରିବା ସହ ତାଙ୍କ ପାଖରେ ଥିବା ଟଙ୍କା ଛଡ଼ାଇ ନେଇଥିଲେ।
ତେବେ ତାଙ୍କ ହାତ ଓ ମୁଣ୍ଡରେ ଆଘାତ ଲାଗିବା କାରଣରୁ ସେ ଗୁରୁତର ଅବସ୍ଥାରେ ରାସ୍ତାକଡରେ ପଡିଥିଲେ। ସ୍ଥାନୀୟ ଲୋକ ଦେଖିବା ପରେ ଚୈତନ୍ୟଙ୍କୁ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ପରେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/532a8a5a-bf19-4e07-b813-533da13e0e55.jpg)