ବ୍ରାହ୍ମଣୀ ନଦୀ କୂଳରୁ ମତ୍ସ୍ୟଜୀବୀଙ୍କ ମୃତ ଦେହ ଉଦ୍ଧାର

ଓଡ଼ାପଡ଼ା : ଆଜି ଦିନ ୧୧ଟା ସମୟରେ ବ୍ରାହ୍ମଣୀ ନଦୀରୁ ଏକ ମତ୍ସ୍ୟଜୀବୀଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁସାରେ ସଦର ଥାନା ଅନ୍ତର୍ଗତ ବଉଳପୁର ପାଟଣା ଗ୍ରାମ ଝରାସାହିର ଅମରେନ୍ଦ୍ର ସାମଲ (୩୭ ବର୍ଷ) ନାମକ ମତ୍ସ୍ୟଜୀବୀ  ରବିବାର  ସକାଳୁ ବ୍ରାହ୍ମଣୀ ନଦୀକୁ ମାଛ ଧରିବାକୁ ଯାଇଥିଲେ, କିନ୍ତୁ ସଂଧ୍ୟା ସୁଦ୍ଧା ଘରକୁ ଫେରିନଥିଲେ । ତେବେ ପରିବାର ଲୋକେ ହାତୀ ଭୟରେ ନଦୀ କୂଳକୁ ଖୋଜି ବାକୁ ଯାଇ ପାରି ନଥିଲେ । ଆଜି ସକାଳୁ ପରିବାର ଲୋକେ  ହିନ୍ଦୋଳ ରୋଡ ଦମକଳବାହିନୀର ସହାୟତାରେ ଅମରେନ୍ଦ୍ରଙ୍କୁ ରସାସିଂହ ଗ୍ରାମ ନିକଟସ୍ଥ ବ୍ରାହ୍ମଣୀ ନଦୀ କୂଳରୁ ଉଦ୍ଧାର କରିଥିଲେ । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ପୋଷ୍ଟମର୍ଟମ ନିମନ୍ତେ ଢେଙ୍କାନାଳ ଡାକ୍ତରଖାନାକୁ ପଠାଇ ତଦନ୍ତ ଚଳାଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର