ଦେବଗଡ଼: ଆଜି ମାଛ ଧରିବା ପାଇଁ ରେଙ୍ଗାଲି ଜଳଭଣ୍ଡାରକୁ ଯାଇଥିିବା ବେଳେ ଡଙ୍ଗାଟି ବୁଡ଼ିଯିବାରୁ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ସାନଭାଇ କୌଣସି ମତେ ନିଜ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ୍ର ପାଲିରଇ ଗାଁର ଝସକେତନ ପେଣ୍ଠେଇ ଓ ତାଙ୍କ ସାନଭାଇ ଚବିଳ ପେଣ୍ଠେଇ ମାଛ ଧରିବାକୁ ଡଙ୍ଗା ନେଇ ରେଙ୍ଗାଲି ଡ୍ୟାମ ଭିତରକୁ ଯାଇଥିଲା। ତେବେ କୌଣସି କାରଣରୁ ଡଙ୍ଗାଟି ବୁଡ଼ିଯିବାରୁ ଝସକେତନଙ୍କର ପାଣିରେ ବୁଡ଼ି ମୃତ୍ୟୁ ଘଟିଥିଲା। ଖବରପାଇ ଅଗ୍ନିଶମ କେନ୍ଦ୍ରର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଝସକେତନଙ୍କ ମୃତଦେହ ଉଦ୍ଧାର କରିଛନ୍ତି।
ଦେବଗଡ଼: ମାଛ ଧରିବାକୁ ଯାଇ ଜଳଭଣ୍ଡାରରେ ବୁଡ଼ିଗଲେ ଯୁବକ
/sambad/media/post_attachments/wp-content/uploads/2018/03/deogarh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)