ବାରଙ୍ଗ: ବାରଙ୍ଗ ମୁଖ୍ୟ ରାସ୍ତାରେ ଅଜଣା ଗାଡି ଧକ୍କାରେ ଏକ ବିରଳ ବିଲୁପ୍ତ ପ୍ରାୟ ମାଛରଙ୍କା ବିରାଡିର ମୃତ୍ୟୁ ହୋଇଛି। କଟକ ଜିଲ୍ଲା ବରଙ୍ଗ ଥାନା ଛକରୁ ଗୋଲେଇ ଛକ ମଝି ଓଡିଶା ଟାଇଲ କାରଖାନା ପାଖରେ ମଝି ରାସ୍ତାରେ ସକାଳେ ମଛରଙ୍କା ବିରାଡି ମରି ପଡ଼ିଥିବା କିଛି ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ବିରାଡିଟି ପ୍ରାୟ ୪ ବର୍ଷ ବୟସର ମାଈ । ଏହାର ଲମ୍ବ ପ୍ରାୟ ଦେଢ ଫୁଟ ହେବ। ବିରାଡିଟି ରାତିରେ ନିକଟସ୍ଥ ଚୂଡଙ୍ଗ ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଆସିଥିବା ଲୋକମାନେ ଅନୁମାନ କରୁଛନ୍ତି। ଜଙ୍ଗଲକୁ ଫେରିବା ଲାଗି ରାସ୍ତାପାର ହେଉଥିବା ବେଳେ ବିରାଡିଟି ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରିଥିବା ଲୋକମାନେ ଅନୁମାନ କରିଛନ୍ତି। ବିରାଡ଼ିକୁ ଦେଖିବା ଲାଗିି ସେଠାରେ ଦୀର୍ଘ ସମୟ ଧରି ଲୋକଙ୍କ ଭିଡ ଜମିଥିଲା। ହେଲେ ବନ ବିଭାଗ କର୍ମଚାରୀ ଆସିନଥିଲେ। ବାଧ୍ୟହୋଇ କିଛି ଲୋକ ବିରାଡିଟିକୁ ରାସ୍ତାପାର୍ଶ୍ଵ ଜଙ୍ଗଲକୁ ହଟାଇ ଚଲିଯାଇଥିଲେ।
ଦୁର୍ଘଟଣାରେ ବିରଳ ମାଛରଙ୍କା ବିରାଡି ମୃତ
/sambad/media/post_attachments/wp-content/uploads/2022/02/fishing-cat.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)