ଜଳେଶ୍ୱର: ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ଥିବା ଦିଘା ବେଳାଭୂମିରେ ଏକ ଟ୍ରଲର ଯାନ୍ତ୍ରିତ ତ୍ରୁଟି କାରଣରୁ ଶନିବାର ସମୁଦ୍ରରେ ବୁଡ଼ି ଯାଇଛି। ତେବେ ଏଥିରେ ଥିବା ୯ ଜଣ ମତ୍ସଜୀବୀ ଅଳ୍ପକେ  ବର୍ତ୍ତିଯାଇଛନ୍ତି।

Advertisment

ସୂଚନା ଅନୁଯାୟୀ, ଶୁକ୍ରବାର ଅପରାହ୍ନରେ ୯ଜଣ ମତ୍ସ୍ୟଜୀବୀ ଦିଘା ସମୁଦ୍ରଳକୁ ମାଛ ଧରିବାକୁ ଯାଇଥିଲେ। ମାଛ ଧରିବା ପରେ ଫେରୁଥିବାବେଳେ ଟ୍ରଲରରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହା ସମୁଦ୍ରରେ ବୁଡ଼ି ଯାଇଥିଲା।

ଅଧିକ ପଢ଼ନ୍ତୁ: ୫ ଦିନ ପାଇଁ ଶୀତରେ ଥରିବ ଟୁଇନ୍ ସିଟି: ତାପମାତ୍ରା ୧୧ରୁ ୧୩ ଡିଗ୍ରି ହେବା ସମ୍ଭାବନା

ସେମାନଙ୍କୁ ଏକ ସ୍ପିଡ୍ ବୋଟ୍ ଦ୍ବାରା ଉଦ୍ଧାର କରାଯାଇଥିଲା। ଉଦ୍ଧାର ହୋଇଥିବା ସମସ୍ତ ମତ୍ସଜୀବୀଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ଥିବା କୁହାଯାଉଛି।

ଅଧିକ ପଢ଼ନ୍ତୁ: ଚମ୍ପିଅନ୍ସ ଟ୍ରଫି ୨୦୨୫: କମାଣ୍ଡ ନେଲେ ରୋହିତ୍, ଗିଲଙ୍କୁ ମିଳିଲା ବଡ଼ ଦାୟିତ୍ବ