ଗୋଳନ୍ଥରା/ବ୍ରହ୍ମପୁର: ଗୋଳନ୍ଥରା ସଂଲଗ୍ନ ୧୬ ନମ୍ବର ଜାତୀୟ ରାଜପଥ ପେଟ୍ରୋଲ୍ ପମ୍ପ୍ ସାମ୍ନାରେ ଗତକାଲି ସକାଳେ କିଛି ଯୁବକ ନିଜକୁ ପରିବହନ ବିଭାଗର କର୍ମଚାରୀ ପରିଚୟ ଦେଇ ଏକ କନ୍ଦମୂଳ ବୋଝେଇ ଟ୍ରକ୍ର କାଗଜପତ୍ର ଯାଞ୍ଚ କରିବା ଆଳରେ ୩ହଜାର ଟଙ୍କା ଲୁଟି ନେଇଥିଲେ। ଏହାସହ ଡ୍ରାଇଭର୍ଙ୍କୁ ମାଡ଼ ମାରିଥିଲେ। ଏନେଇ ମାମଲା ରୁଜୁ ପରେ ଗୋଳନ୍ଥରା ପୁଲିସ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ବାବୁଲି ନାୟକ ସୂଚନା ଦେଇଛନ୍ତି। ଉକ୍ତ ଟ୍ରକ୍ଟି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀରୁ କନ୍ଦମୂଳ ବୋଝେଇ କରି ଗତକାଲି କୋଲକାତା ଅଭିମୁଖେ ଯାଉଥିଲା। ଏହି ସମୟରେ ୩ଜଣ ଯୁବକ ଏକ ବାଇକ୍ରେ ଉକ୍ତ ଟ୍ରକ୍ର ପିଛା କରିଥିଲେ। ଆଉ ଗୋଳନ୍ଥରା ନିକଟ ପେଟ୍ରୋଲ୍ ପମ୍ପ୍ ସମ୍ମୁଖରେ ଟ୍ରକ୍କୁ ଅଟକାଇ କାଗଜପତ୍ର ଯାଞ୍ଚ ପାଇଁ ମାଗିଥିଲେ। କିନ୍ତୁ ସେମାନଙ୍କ ଆଚରଣକୁ ନେଇ ଡ୍ରାଇଭର୍ ବି.କ୍ରିଷ୍ଣା ରାଏଙ୍କ ମନରେ ସନ୍ଦେହ ଉପୁଜିବାରୁ ସେ କାଗଜପତ୍ର ଦେବାକୁ ମନା କରିଥିଲେ। ଫଳରେ ସେମାନେ ଉତ୍କ୍ଷିପ୍ତ ହୋଇ ଜବରଦସ୍ତ ଟ୍ରକରେ ପଶି ତାଙ୍କୁ ମାଡ଼ ମାରି ୩ହଜାର ଟଙ୍କା ଲୁଟି ନେଇଥିଲେ। କ୍ରିଷ୍ଣା ଉକ୍ତ ଯୁବକ ମାନଙ୍କ ବାଇକ୍ ନମ୍ବର ସହ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ କେସ୍ ନମ୍ବର ୩୩୪/୨୦ ରେ ଏକ ମାମଲା ରୁଜୁ ହୋଇଥିଲା। ମିଳିଥିବା ବାଇକ୍ ନମ୍ବରକୁ ଭିତ୍ତି କରି ପୁଲିସ ତଦନ୍ତକୁ ତ୍ବରାନ୍ବିତ କରି ୫ଜଣ ଯୁବକଙ୍କୁ ଗିରଫ କରିବାରେ ସଫଳ ହୋଇଛି।
ପରିବହନ ବିଭାଗ କର୍ମଚାରୀ ପରିଚୟ ଦେଇ ଟ୍ରକ୍ରୁ ଲୁଟ୍, ୫ ଗିରଫ
/sambad/media/post_attachments/wp-content/uploads/2020/11/904650-503197-arrest.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)