ଭଦ୍ରକ: ଭଦ୍ରକ ଅବକାରୀ ଅଧିକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଓ ଉପ-ଅଧିକ୍ଷକ ଅନିତା ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ଥାନା ସହକାରୀ ଉପ-ନିରୀକ୍ଷକ ପ୍ରହଲ୍ଲାଦ ସାମଲ ଓ ଷ୍ଟାଫ ମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଭଦ୍ରକ ଗ୍ରାମାଞ୍ଚଳ, ଭଦ୍ରକ ଟାଉନ ଓ ସାବରଙ୍ଗ ଥାନା ଅନ୍ତର୍ଗତ ଆହାରପଦା, କେଶପୁର, ଇଛାପୁର, ଗବସାହି, ଗେଲଟୁଆ ଓ ନୁଆସାହି ଗ୍ରାମ ଅଞ୍ଚଳରେ ଚଢଉ କରାଯାଇ ୧୭୫ ଲିଟର ଦେଶୀ ରନ୍ଧା ମଦ, ୧୪.୪୦୦ ଲିଟର ବିଦେଶୀ ମଦ ଏବଂ ଗୋଟିଏ ହୋଣ୍ଡା ୟୁନିକର୍ଣ୍ଣ ମୋଟର ସାଇକେଲ (ଓଡି-୨୨ଏଲ-୭୮୨୮) ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ମୋଟ ୦୫ ଜଣଙ୍କୁ ଗିରଫ କରାଯାଇଛି।
ଗିରଫ ଅଭିଯୁକ୍ତ ମାନେ ହେଲେ ବାରିକଛକ ଗ୍ରାମର ସୁଶାନ୍ତ ସାହୁ, ଆହାରପଦା ଗ୍ରାମର ବୁଦ୍ଧିଆ ବେହେରା, କେଶପୁର ଗ୍ରାମର ରମାକାନ୍ତ ବେହେରା, ଗବସାହି ଗ୍ରାମର ରବି ଜେନା ଓ ନୂଆସାହି ଗ୍ରାମର ନରେନ୍ଦ୍ର ଜେନା। ଜବତ ମଦ ଓ ଗାଡ଼ିର ଆନୁମାନିକ ମୂଲ୍ୟ ୦୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି। ଉକ୍ତ ଚଢଉରେ କନେଷ୍ଟବଳ ଅଜିତ କୁମାର ସିଙ୍କୁ, ରମେଶ ନାୟକ, ଅନବାଦିତ୍ୟ ବାରିକ, ଜେମାମଣୀ ଜାମୁଡା, ଉମେଶ କୁମାର ମହଲା, ରୁଦ୍ରନାରାୟଣ ଦାସ, ରାମଚନ୍ଦ୍ର ନାୟକ, ସୂର୍ଯ୍ୟକାନ୍ତ କିସ୍କୁ, ଶୁଭ୍ରାମିନି ଦାସ, ସୁଭଦ୍ରା ବାରିକ ପ୍ରଭୃତି ସାମିଲ ଥିଲେ। ଏନେଇ ଭଦ୍ରକ ଅବକାରୀ ଥାନା ପକ୍ଷରୁ ୫ଟି ମାମଲା ରୁଜ୍ଜୁ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/IMG-20230314-WA0029.jpg)