ସମ୍ବଲପୁର: ବହୁଚର୍ଚ୍ଚିତ ସମ୍ବଲପୁର ଜିଲ୍ଲା ସାକ୍ଷୀପଡ଼ା ବାହାଲପଡ଼ାର ଆରତି ଦେବୀ(୨୦) ହତ୍ୟା ଘଟଣାରେ ଗିରଫ ହୋଇଥିବା ପତ୍ନୀହନ୍ତା କୁନାଲ ଯାଦବ(୨୪) ସମେତ ମୋଟ ୫ ଜଣଙ୍କୁ ମହିଳା ଥାନା ପୁଲିସ୍ ରବିବାର କୋର୍ଟ ଚାଲାଣ କରିଛି। ଅନ୍ୟ ଅଭିଯୁକ୍ତମାନେ ହେଲେ ଧନୁପାଲି ଥାନା ସାକ୍ଷୀପଡ଼ାରେ ରହୁଥିବା କୁନାଲର ବଡ଼ ଭାଇ ସୋନୁ ସିଂ ଯାଦବ(୨୭), ଆରତିଙ୍କ ଭିଣୋଇ ମନିଷ ସିଂ(୨୧), ବିନତା ଦେବୀ(୪୬), ମନିଷର ବାପା ଓମ୍ ପ୍ରକାଶ ସିଂ(୫୨)।
ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ କୁନାଲର ବାପା ଶ୍ୟାମ ବାବୁ ଯାଦବ ଏବେ ମଧ୍ୟ ଫେରାର୍ ରହିଛି। ଘଟଣାର ସମ୍ବେଦନଶୀଳତାକୁ ଆଖି ଆଗରେ ରଖି ପୁଲିସ୍ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିଥିବା ସମୟରେ ଫରେନ୍ସିକ୍ ଲାବ୍ରୋଟାରି ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ସହ ଯଥା ଶୀଘ୍ର ଚାର୍ଜସିଟ୍ ପ୍ରସ୍ତୁତ କରିବ ବୋଲି ଏକ ପ୍ରେସ୍ ବିବୃତି ଯୋଗେ ସୂଚନା ପ୍ରଦାନ କରିଛି।
/sambad/media/post_attachments/wp-content/uploads/2020/01/bp1-1024x474.jpg)
ସୂଚନାଯୋଗ୍ୟ ଗତ ୩୧ ତାରିଖ ରାତିରେ ପାରିବାରିକ କଳହକୁ ନେଇ ଆରତି ଦେବୀ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ ଓ ଏହି ଘଟଣାକୁ ଲୁଚାଇବାକୁ ଯାଇ ସେମାନେ ସପରିବାରେ ଶବକୁ ନେଇ ପୋତି ଦେଇଥିବା କୁନାଲ କହୁଥିବା ସମୟରେ ଆରତିଙ୍କ ମୁଣ୍ଡରେ ଥିବା କ୍ଷତ ଚିହ୍ନ ସୁପରିକଳ୍ପିତ ହତ୍ୟାକାଣ୍ଡକୁ ସୂଚାଉଥିବା ଜଣାପଡ଼ିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଯାଇ ସମସ୍ତ ଘଟଣା ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିପାରିବ ବୋଲି ସମ୍ବଲପୁର ପୁଲିସ୍ ପକ୍ଷରୁ କୁହାଯାଇଛି। ତେବେ ଏହି ଘଟଣାରେ ଅଧିକ ପ୍ରମାଣ ପାଇଁ ଅଭିଯୁକ୍ତଙ୍କୁ ପୁଲିସ୍ ରିମାଣ୍ଡରେ ଆଣି ତମାମ୍ ଘଟଣା ସମ୍ପର୍କରେ ପଚରାଉଚରା କରିବ ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/sbp-3.jpg)