ରାଉରକେଲା: ବରଘାଟ ଗ୍ରାମରେ ଗତ ୧୬ ତାରିଖ ମଧ୍ୟରାତ୍ରରେ ହୋଇଥିବା ଡକାୟତି ଉଦ୍ୟମ ମାମଲାରେ ଟିକାୟତପାଲି ପୁଲିସକୁ ୫ ଡକାୟତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ବନ୍ଧୁକ ଓ ୪ଟି ଜୀବନ୍ତ ଗୁଳି ଜବତ କରିଛି।
ମିଳିଥିବା ସୂଚନା ଅନୁଯାୟୀ ଗତ ୧୬ ତାରିଖ ଦିନ ରାତି ୧୧ଟା ସମୟରେ ବରଘାଟ ଗ୍ରାମର ଗଙ୍ଗା ଓରାମଙ୍କ ଘରକୁ ଡକାୟତି ପାଇଁ ଏକ ଗ୍ୟାଙ୍ଗ୍ ଯାଇଥିଲେ। ୧୦ ଜଣକ ମଧ୍ୟରୁ ୨ଜଣ ଘର ଭିତରକୁ ପଶି ଡକାୟତି ଉଦ୍ୟମ କରୁଥିବାବେଳେ ଅନ୍ୟ ୮ ଜଣ ଘର ବାହାରେ ଛିଡ଼ା ହୋଇଥିବା ଅଟୋକୁ ଠେଲି ଠେଲି ନେଇ ନେଇଥିଲେ।ଏହି ସମୟରେ ଗଙ୍ଗା ଓରାମଙ୍କ ପୁଅ ବିଶ୍ବନାଥ ଓରାମ ପରିସ୍ରା ପାଇଁ ବାହାରୁ ଉଠିଥିଲାବେଳେ ଡକାୟତମାନଙ୍କୁ ଦେଖି ପାଟି କରିଥିଲେ। ପାଟି ଶୁଣି ପାଖ ପଡ଼ିଶା ଲୋକେ ଉଠି ଯିବା ସହ ସେମାନେ ମିଳିତ ଭାବେ ଡକାୟତଙ୍କୁ ମୁକାବିଲା କରିଥିଲେ। ଏହି ସମୟରେ ଡକାୟତଙ୍କ ମଧ୍ୟରୁ ଜଣେ ବନ୍ଧୁକରୁ ଏକ ରାଉଣ୍ତ ଗୁଳି ଚଳାଇ ଗ୍ରାମବାସୀଙ୍କୁ ଭୟଭୀତ କରାଇଥିଲେ।
ତେବେ ଗ୍ରାମବାସୀ ଜଣେ ଡାକୟତକୁ କାବୁ କରିଥିବାବେଳେ ଅନ୍ୟମାନେ ଦୌଡି ଖସି ପଳାଇଥିଲେ। ଖବର ପାଇଁ ବଣାଇ ଉପଖଣ୍ତ ପୁଲିସ ଅଧିକାରୀ ସୌରଭ ଓତାଙ୍କ ନେତୃତ୍ବରେ ଥାନା ଅଧିକାରୀ ତ୍ରିନାଥ ସେଠୀ, ଏଏସଆଇ ପ୍ରମୋଦ ଭୋଇ ପ୍ରମୁଖ ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ ଅଂଚଳରେ ଚଢଉ କରି ୫ ଜଣଙ୍କୁ ଗିରଫ କରିବା ସହିତ ଅନ୍ୟ ୫ ଜଣ ଫେରାର ଡାକୟତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଗିରଫ ୫ ଜଣ ଡକାୟତଙ୍କ ବିରୁଦ୍ଧରେ ୨୫/୨୭ ଆର୍ମସ୍ ଆକ୍ଟରେ ମାମଲା ରୁଜୁ କରି ବଣାଇ କୋର୍ଟ ଚାଲାଣ କରାଯାଇଥିବାବେଳେ ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛିା ଗିରଫ ୫ ଜଣ ହାର୍ଡକୋର ଡକାୟତ ହୋଇଥିବାବେଳେ ପଡୋଶୀ ଝାଡଖଣ୍ତ ରାଜ୍ୟ ସମେତ ଓଡ଼ିଶାର ବିଭିନ୍ନ ଥାନାରେ ବହୁ ଡାକୟତି ମାମଲାରେ ସଂଶ୍ଲିଷ୍ଟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/3549c5af-17f3-4bcf-9fdb-687389efcf0e.jpg)