ଶ୍ରମିକମାନଙ୍କଠୁ ଟଙ୍କା ଓ ମୋବାଇଲ ଲୁଟ୍‌, ୫ ଗିରଫ

ରାଉରକେଲା: ରାଉରକେଲା ଷ୍ଟେସନ ସମ୍ମୁଖରୁ ଶ୍ରମିକଙ୍କୁ ଭୟଭୀତ କରି ୪୦ ହଜାର ଟଙ୍କା, ୪ଟି ମୋବାଇଲ ଲୁଟ୍‌ ଘଟଣାରେ ପ୍ଲାଣ୍ଟସାଇଟ୍‌ ପୁଲିସ ୫ ଜଣକୁ ଗିରଫ କରିଛି। ଗିରଫ ଯୁବକମାନେ ହେଲେ ଗୋପବନ୍ଧୁପାଲୀ ଓ ପ୍ଲାଣ୍ଟସାଇଟ୍‌ ଅଞ୍ଚଳର ମହମ୍ମଦ ଦନିସ୍‌, ଆକୁବ୍‌ ଦନିସ୍‌, ପରଭେଜ ଆଲାମ, ସମୀର ଓ ମହମ୍ମଦ ସାହିଦ। ଏମାନଙ୍କ ନିକଟରୁ ୩ଟି ମୋବାଇଲ, ନଗଦ ୭ ହଜାର ଟଙ୍କା ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଗତ ୨୪ରେ କିଛି ଶ୍ରମିକ ଚେନ୍ନାଇ ଯିବାକୁ ରାଉରକେଲା ଷ୍ଟେସନକୁ ଆସୁଥିଲେ। ଷ୍ଟେସନଠାରୁ କିଛି ଦୂରରେ ଗିରଫ ୫ ଯୁବକ ସମେତ ୬ ଜଣ ଶ୍ରମିକମାନଙ୍କୁ ଅଟକାଇଥିଲେ। ଧମକଚମକ ଦେଇ ସେମାନଙ୍କ ଠାରୁ ୪୦ ହଜାର ଟଙ୍କା, ୪ଟି ମୋବାଇଲ ନେଇ ଚମ୍ପଟ ମାରିଥିଲେ। ଶ୍ରମିକମାନେ ଏ ସଂକ୍ରାନ୍ତରେ ପ୍ଲାଣ୍ଟସାଇଟ୍‌ ଥାନାରେ ଲିଖିତ ଏତଲା ଦେଇଥିଲେ।

ସମ୍ବନ୍ଧିତ ଖବର