ଜୟପୁରରେ ବଡ଼ ଧରଣର ଡକାୟତ ଉଦ୍ୟମ ପଣ୍ଡ, ୫ ଅଭିଯୁକ୍ତ ଗିରଫ

ଜୟପୁର: ଦୀର୍ଘ ଦିନର ବ୍ୟବଧାନରେ କୋରାପୁଟ ଜିଲ୍ଲା ଜୟପୁର ଟାଉନ ପୁଲିସ ଏକ ଡକାୟତ ଦଳକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସେମାନଙ୍କଠାରୁ ମାରଣାସ୍ତ୍ର ସହ ବହୁ ଜିନିଷପତ୍ର ଜବତ କରିଥିବା ଜଣାପଡିଛି। ଅଭିଯୁକ୍ତମାନେ ହେଲେ ଖ୍ରୀଷ୍ଟିଆନ ପେଟା ସୁବାସ ହିଆଲଙ୍କ ପୁଅ ଇଶୁରାଜ ହିଆଲ(୨୫), ଖାଲସାହି ଡେଙ୍ଗା ଜାନିଙ୍କ ପୁଅ ସାଇ ଜାନୀ (୩୮), ବ୍ରହ୍ମଣୀଗାଁ ଦାଶରଥ ହରିଜନଙ୍କ ପୁଅ ସମୀର ହରିଜନ(୧୮), ବାପୁଜି ନଗର ଅଞ୍ଚଳ ଅର୍ଜୁନ ଟାକିରିଙ୍କ ପୁଅ ଶଙ୍କର ଟାକିରି(୨୦) ଓ କୈଳାଶ ନାଗଙ୍କ ପୁଅ ଜଗଦିଶ ନାଗ(୩୫)। ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ମିଳିଥିବା ସୂଚନା ମୁତାବକ ଗତକାଲି ରାତିରେ ସତିଗୁଡା ଡ୍ୟାମ ଛକ ନିକଟରେ ଅଭିଯୁକ୍ତମାନେ ମେଳି ବାନ୍ଧିଥିବାନେଇ ଖବର ପାଇଥିଲା ଜୟପୁର ଟାଉନ ପୁଲିସ । ଟାଉନ ପୁଲିସ ସଦଳବଳେ ଚଢାଉ କରିବାପରେ ସେମାନେ ପିଆରପେଟାରେ ଡକାୟତି କରୁଥିବା ଜଣାପଡିଛି। ସେମାନଙ୍କଠାରୁ ୩ଟି ଟର୍ଚ୍ଚ ଲାଇଟ, ଦୁଇ ପକେଟ ଲଙ୍କାଗୁଣ୍ଡ, ଗୋଟିଏ ଖଣ୍ଡା ଓ ୩ଟି ରଡ ଜବତ ହୋଇଛି। ପୁଲିସ ପକ୍ଷରୁ ୨୨୫/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି।

ଅନ୍ୟପକ୍ଷରେ ଗତକାଲି ଜୟପୁର ଟାଉନ ପୁଲିସ ପକ୍ଷରୁ ହାତରେ ପଡ଼ିଛନ୍ତି ଜୁଆଡି। ଜୟପୁର ପୁଲିସ ସହର ଲବର ଓଫିସ ଛକ ନିକଟ ମାଳି ସାହିରେ ଚଢ଼ାଉ କରି ୫୯,୦୦୦ ଟଙ୍କା ସହ ୯ ଜଣଙ୍କୁ ଅଟକ ରଖିଛି। ଏହା ସହ ୧୦ ମୋବାଇଲ ସହ ଅନ୍ୟ ଜିନିଷପତ୍ର ଜବତ କରିଛି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି।

ସମ୍ବନ୍ଧିତ ଖବର