ମଦ ପିଇ ଗାଡ଼ି ଚାଳନା, ୫ ଗିରଫ

ସୁନ୍ଦରଗଡ଼: ଶନିବାର ସନ୍ଧ୍ୟାରେ ଏକ ସ୍ବତନ୍ତ୍ର ଅଭିଯାନକ୍ରମେ ସୁନ୍ଦରଗଡ଼ ଟାଉନପୁଲିସ ମଦ୍ୟପ ଗାଡ଼ି ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସନ୍ଧ୍ୟାରେ ରଙ୍ଗାଢିପା ଠାରେ ପୁଲିସ ଟିମ୍ ମଦ ପରିମାଣ ନିରୂପଣ ଯନ୍ତ୍ର (ବ୍ରିଥ୍ ଏନାଲାଇଜର) ସାହାଯ୍ୟରେ ଗାଡ଼ି ଚାଳକଙ୍କ ଯାଞ୍ଚ କରି ୫ ଜଣଙ୍କୁ ଗିରଫ କରିଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ ଆଦର୍ଶନଗରର ମୁକେଶ ସାହୁ, ପରେଶ କାଲୋ, ସଦରଥାନା ଡୁଙ୍ଗିଯୋରର ମନଫିଲ ଓରଫ ମାନସ ଖେସ, କରମଡିହିର ନରୋତ୍ତମ ବେହେରା, ଡୁମେରବାହାଲର ବିକ୍ରମ ସା। ସମସ୍ତଙ୍କୁ ୧୮୫ ମଟରଯାନ ଆଇନରେ ରବିବାର କୋର୍ଟ ଚାଲାଣ କରାଯାଇଥିବା ଟାଉନଥାନା ଅଧିକାରୀ ଜଗଦୀଶ ବାରା ସୂଚନା ଦେଇଛନ୍ତି। ଏହି ଅବସରରେ ଗିରଫଦାରି ଓ ଜରିମାନାରୁ ବର୍ତ୍ତିବା ମଦ ପିଇ ଗାଡ଼ି ନଚଳାଇବାକୁ ପୁଲିସ ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର