ଭଦ୍ରକ: ଭଦ୍ରକ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଓ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଅବକାରୀ ବିଭାଗ ପକ୍ଷରୁ ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲ ଏବଂ ତିହିଡ଼ି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ସନ୍ଧ୍ୟାରାଣୀ ଦାସଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମଞ୍ଜୁରୀରୋଡ଼ ବଜାର ଓ ଭଣ୍ଡାରିପୋଖରୀ ମେଡିକାଲ ଛକ ନିକଟରେ ଚଢଉ କରି ଗୋଟିଏ ମୋଟର ସାଇକେଲ (ଓଡି-୩୪ଏଫ-୨୦୭୫) ଓ ଗୋଟିଏ ସ୍କୁଟିରୁ (ଓଡି-୩୪ଏଲ-୬୦୯୮) ୧୬୦ ଲିଟର ଦେଶୀ ମଦ ଜବତ କରିବା ସହିତ ଏଥିରେ ସଂପୃକ୍ତ ଆନନ୍ଦପୁର ଥାନା ଅନ୍ତର୍ଗତ ମୁର୍ଗାଗୋଠ ଗ୍ରାମର ବିର ହୋ ଓ ଯାଜପୁର ଟାଉନ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମର କୁଳମଣି ଜେନାଙ୍କୁ ଗିରଫ କରାଯାଇଛି ।
ସେହିପରି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବେଲଦା ଗ୍ରାମ ଓ ତିହିଡ଼ି ଥାନା ଅନ୍ତର୍ଗତ ପାଳିଆ, ମିରିପୁର, ସଦାନନ୍ଦପୁର ଓ ଦେଉଳା ଗ୍ରାମରେ ଚଢାଉ କରାଯାଇ ୧୫୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ଏଥିରେ ସଂପୃକ୍ତ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବେଲଦା ଗ୍ରାମର ତପନ ଜେନା, ତିହିଡ଼ି ଥାନା ଅନ୍ତର୍ଗତ ମିରିପୁର ଗ୍ରାମର ଅଳକା ବେହେରା ଓ ପାଳିଆ ଗ୍ରାମର ବଳରାମ ମହାଳିକଙ୍କୁ ଗିରଫ କରାଯାଇଛି । ଜବତ ମଦ ଓ ଗାଡ଼ିର ଆନୁମାନିକ ମୂଲ୍ୟ ୦୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢାଉରେ ଏସ.ଆଇ ସନ୍ତୋଷ ବଳ, ଏ.ଏସ.ଆଇ ପୁରୁଷୋତ୍ତମ ମଲ୍ଲିକ ଓ ନନ୍ଦୁ ନାୟକ, କନଷ୍ଟେବଳ ପ୍ରଦୀପ ମଲ୍ଲିକ, ଅନବାଦିତ୍ୟ ବାରିକ, ରମେଶ ନାୟକ, ଅଜିତ କୁମାର ସିଙ୍କୁ ପ୍ରଭୃତି ସାମିଲ ଥିଲେ । ଏନେଇ ଅବକାରୀ ବିଭାଗ ପକ୍ଷରୁ ୫ ଗୋଟି ମାମଲା ରୁଜୁ କରାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/IMG-20211027-WA0042.jpg)