କୋରାପୁଟ: ପାଣିଟ୍ୟାଙ୍କିରେ ଗଞ୍ଜେଇ ଚୋରାଚାଲାଣ, ୪କୁଇଣ୍ଟାଲ ଗଞ୍ଜେଇ ଜବତ, ୫ ଗିରଫ

ଜୟପୁର: ଗଞ୍ଜେଇ ମାଫିଆଙ୍କ ଅବିନଭ ଉପାୟ। କାର, ବାଇକ, ବାଇକ କଣ୍ଟେନର ଓ ତେଲ ଟାଙ୍କି କଣ୍ଟେନର ପରେ ଏବେ ପାଣି ଟାଙ୍କିରେ ଗ‌ଞ୍ଜେଇ ଚାଲାଣ କରୁଥିବାବେଳେ ୫ଜଣଙ୍କୁ ଗିରଫ କରିଛି ଜୟପୁର ସଦର ପୁଲିସ। ମୋଟ ୪କୁଇଣ୍ଟାଲ ୧୧କେଜି ୮୦୦ଗ୍ରାମ ଗଞ୍ଜେଇ ଜବତ କରିଥିବାବେଳେ ଏକ ନମ୍ବର ବିହୀନ ପାଣି ଟାଙ୍କି ଓ ହୁଣ୍ଡାଇ ଆଇଟେନ୍(ଓଡି-୧୦ଜେ-୨୪୬୯) କାର ଜବତ କରିଛି। ଏହାସହ ଉତ୍ତରପ୍ରଦେଶ ମଥୁରାର ଗଜେନ୍ଦ୍ର ପାଣ୍ଡେ(୩୪), ମଥୁରାର ଓମି ରାମ(୩୩), ବିହାରର ଆରା ଅଞ୍ଚଳର ବଳରାମ ପ୍ରସାଦ(୬୫)ଙ୍କ ସହ ମାଛକୁଣ୍ଡ ଅଞ୍ଚଳ ଜଲାପୁଟର ରବି ବେନିଆ(୨୯) ଓ କେମୁଣ୍ଡି ଶିବା(୨୧)ଙ୍କୁ ଗିରଫ କରାଯାଇଛି।

ତେବେ ଆଜି ଦିନ ପ୍ରାୟ ୧୨ଟା ୨୦ବେଳେ ୩୨୬ ନମ୍ବରଜାତୀୟ ରାଜପଥ ପାତ୍ରପୁଟ ନିକଟରେ ଏହି ମାନେ ଏକ ନମ୍ବର ବିହୀନ ପାଣି ଟାଙ୍କିରେ ଗଞ୍ଜେଇ ଚାଲାଣ କରୁଥିବାବେଳେ ଏକ ନାଲି ରଙ୍ଗ ନୂଆ କାର ପାଇଲଟିଂ କାମ କରୁଥିଲା। ପଚରାଉଚୁରାବେଳେ ପାଣି ଟାଙ୍କିରେ ଗା‌ଞ୍ଜ‌େଇ ଥିବା ଜଣାପଡିଥିଲା। ସଦରଥାନା ଓଆଇସି ଧୀରେନ କୁମାର ବେହେରାଙ୍କ ସହ ଅନ୍ୟପୁଲିସମାନେ ଏମାନଙ୍କୁ ଗିରଫ କରିବା ସହ ୯୫/୧୯ରେ ମାମଲା ରୁଜୁ କରିଛି। ଆସନ୍ତାକାଲି ଆଇନଗତ କାର୍ଯ୍ୟ ଶେଷ ହେବା‌ ପରେ କୋର୍ଟ ଚାଲାଣ କରାଯିବ ବୋଲି ଓଆଇସି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର