ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପୁଲିସକୁ ମିଳିଛି ବଡ ସଫଳତା।ଆନ୍ଧ୍ର-ଓଡିଶା ଡକାୟତି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ଏହି ଡକାୟତିମାନେ ଆନ୍ଧ୍ର ପ୍ରଦେଶର ଡାରାକୋଣ୍ଡା ଅଂଚଳରୁ ଏକ ହୁଣ୍ଡାଇ ଭେନ୍ୟୁ କାର ଚୋରି କରି ଓଡିଶା ଭିତରେ ପସିଥିଲେ। ଏହି ଖବର ବିଲାମେଳା ଏସଡିପିଓ ଅଂଶମାନ ଦ୍ବିବେଦୀଙ୍କୁ ଖବର ମିଳିବା ପରେ ଏକ ଟିମ ଗଠନ କରି ଚିତ୍ରକୋଣ୍ଡା ଅଂଚଳରେ କାରକୁ ଅକଟାଇ ଯାଞ୍ଚ କରାଯାଇଥିଲା। ଏହି କାରକୁ ୫ ଜଣ ଡକାୟତ ଆନ୍ଧ୍ରରୁ ଚୋରି କରି ଓଡିଶା ଭିତରେ ପଶିଥିଲେ। ସମସ୍ତ ୫ ଜଣଙ୍କୁ ପୁଲିସ ଗିରଫ କରି ତଦନ୍ତ କରିଥିଲା।
/sambad/media/post_attachments/wp-content/uploads/2021/10/Mkg-5-Docoit-arested-2-1-1024x576.jpg)
ତେବେ ଏମାନେ ସମସ୍ତେ କାଲିମେଳା ଏବଂ ଏମଭି-୭୯ ଅଂଚଳର ବୋଲି ପୁଲିସ କହିଛି। ଏହି ଗ୍ୟାଙ୍ଗର କିଙ୍ଗପିନ ଧରାପଡିନଥିବା ବେଳେ କିନ୍ତୁ ଏମାନେ ଆନ୍ଧ୍ର ଏବଂ ଓଡିଶାରେ ବହୁ ଡକାୟତି କରିଥିବା ଜଣାପଡିଛି। ଏମାନେ ଆନ୍ଧ୍ରର ମୋଷ୍ଟ ଵାଣ୍ଟେଡ ବୋଲି ପୁଲିସ କହିଛି। ଆଜି ଆନ୍ଧ୍ର ପୁଲିସ ମାଲକାନଗିରି ଥାନାରେ ପହଞ୍ଚି ସମସ୍ତ ଡକାୟତକୁ ଆନ୍ଧ୍ର ନେଇଥିବା ଜଣାପଡିଛି। ତେବେ ଏମାନେ ମାଲକାନଗିରି ଅଂଚଳରେ କେଉଁ କେଉଁ ସ୍ଥାନରେ ଡକାୟତି କରିଛନ୍ତି ସେନେଇ ପୁଲିସ ଅଧିକା ତଦନ୍ତ କରୁଛି।ମାଲକାନଗିରି ଅଂଚଳରୁ ଯାଇ ଆନ୍ଧ୍ର ଅଂଚଳରେ ଡକାୟତି ଗ୍ୟାଙ୍ଗ ତିଆର କରି ଏମାନେ ବହୁ ଚୋରି କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/Mkg-5-Docoit-arested-1.jpg)