ଖୁଡୁଖୁଡି ଖେଳରେ ପୁଲିସର ଚଢଉ, ୫ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଓର୍କେଲ ଥାନା ପକ୍ଷରୁ ଖୁଡୁଖୁଡି ଖେଳ ଉପରେ ଚଢଉ କରାଯାଇ ୫ ଜଣ ଜୁଆଡିକୁ ଗିରଫ କରାଯାଇଛି। ଏଥିସହ ନଗଦ ଟଙ୍କା ମଧ୍ୟ ଜବତ କରାଯାଇଥିବା ଜଣାପଡିଛି। ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଓର୍କେଲ ପୁଲିସ ଏଏସଆଇ ବିବି ସୁତାରଙ୍କ ନେତୃତ୍ବରେ ଏକ ଟିମ ତେନ୍ତୁଳିଗୁଡା ଗ୍ରାମରେ ପେଟ୍ରୋଲିଂ କରୁଥିବା ବେଳେ ସେଠାରେ ଖୁଡୁଖୁଡି ଖେଳ ଚାଲିଥିବା ପୁଲିସ ଖବର ପାଇଥିଲା। ତୁରନ୍ତ ଖୁଡୁଖୁଡିରେ ଚଢ଼ଉ କରାଯାଇଥିଲା। ତେବେ ଖୁଡୁଖୁଡି ଖେଳୁଥିବା ଲୋକେ ଦୌଡି ପଳାଇବାରେ ସକ୍ଷମ ହୋଇଥିବା ବେଳେ ଏହି ଖେଳକୁ ଖେଳାଉଥିବା ୫ ଜଣ ଜୁଆଡିକୁ ପୁଲିସ ଗିରଫ କରିଛି।

ସେମାନେ ହେଲେ ତେନ୍ତୁଳିଗୁଡା ଗ୍ରାମର ସମରା ଗଲୋରୀ (୪୦), ରାମ ମାଢୀ (୩୮), ଗଙ୍ଗା ମାଡକାମୀ (୩୫) ନୂଆଗୁଡା ଗ୍ରାମର ରାମ ହନ୍ତାଳ (୩୫) ଏବଂ ମୁଦୁଲିପଡା ଗ୍ରାମର ଅସିତ ଚୌଧୁରୀ(୩୧)। ପୁଲିସ ଏହି ଜୁଆ ଖେଳରୁ ୨୬,୨୬୦ ଟଙ୍କା ଜବତ କରିଥିବା ଏସଡିପିଓ ଶ୍ରୀ ଦ୍ବିବେଦୀ ପ୍ରକାଶ କରିଛନ୍ତି। ପୁଲିସ ଏନେଇ ଅଧିକା ତଦନ୍ତ କରୁଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର