କରୋନା: ଗଂଜାମରେ ୫ସୂତ୍ରୀ ନିୟମ ଜାରି କଲା ଜିଲ୍ଲା ପ୍ରଶାସନ, ନିୟମ ନମାନିଲେ କଠୋର କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ କରୋନା ଭାଇରସ ଅନିୟନ୍ତ୍ରିତ ହୋଇପଡ଼ିଛି । ଜିଲ୍ଲାରୁ ଏପର୍ଯ୍ୟନ୍ତ ୮୬୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶସନ ପକ୍ଷରୁ ଆହୁରି ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ଜିଲ୍ଲାର ଲୋକଙ୍କ ପାଇଁ ୫ ସୂତ୍ରୀ ନିୟମ ଜାରି କରିଛନ୍ତି ।

ଜାଣନ୍ତୁ ଗଂଜାମ ଜିଲ୍ଲାପାଳଙ୍କ ୫ସୂତ୍ରୀ ନିୟମ

-ଦୋକାନ ସମ୍ମୁଖରେ ବାଧ୍ୟତାମୂଳକ ଭାବେ ବ୍ୟାରିକେଡ
-ଦୋକାନୀ ମାସ୍କ ପିନ୍ଧିବେ ଏବଂ ଦୋକାନ ସମ୍ମୁଖରେ ନୋ ମାସ୍କ ନୋ ସାଇନବୋର୍ଡ ଲଗାଇବେ
-ଗ୍ରାହକଙ୍କ ପାଇଁ ଦୋକାନ ସମ୍ମୁଖରେ ୨ ମିଟର ବ୍ୟବଧାନରେ ସର୍କଲ କରିବେ
-ଦୋକାନ ମାଲିକା ସାନିଟାଇଜର ଓ ହାତ ଧୋଇବା ବ୍ୟବସ୍ଥା କରିବେ
-ସବୁଠୁ ବେଶି ଗୁରୁତ୍ୱପୂର୍ଣ୍ଣ ଭାବି ଗ୍ରାହକଙ୍କ ପାଇଁ କଣ୍ଟାକ୍ଟ ଡାଏରୀ ପ୍ରସ୍ତୁତ କରିବେ

ଜିଲ୍ଲାପାଳ ଶ୍ରୀ କୁଲେଙ୍ଗେଙ୍କ ନିର୍ଦ୍ଦେଶ ଅନୁସାରେ ନିୟମ ନ ମାନିଲେ ଦୋକାନୀଙ୍କୁ ଜରିମାନା ହେବ । ସେହିପରି ସଂପୃକ୍ତ ଦୋକାନୀଙ୍କ ବିରୋଧରେ ଏତଲା ଦିଆଯିବା ସହ ଏକ ମାସ ଯାଏଁ ଦୋକାନକୁ ବନ୍ଦ କରି ଦିଆଯିବ । ତାସ, କ୍ରିକେଟ, ଭଲିବଳ ଆଦି ଖେଳ ହୋଇପାରିବ ନାହିଁ । ନିୟମ ନମାନିଲେ ଏତଲା ହେବା ସହିତ ୧୪ ଦିନ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ ।

ସମ୍ବନ୍ଧିତ ଖବର