ବୌଦ୍ଧ: ଏକ ମାଡ଼ପିଟ ଘଟଣା ଓ ଜାତିଆଣ ଆକ୍ଷେପ ମାମଲାରେ ଜିଲ୍ଲା ଦୌରାଜଜ୍ ତଥା ସ୍ବତନ୍ତ୍ର ଜଜ୍ ପ୍ରତିମା ପଣ୍ଡା ରାୟ ପ୍ରକାଶ କରି ଅଭିଯୁକ୍ତ ବାଞ୍ଛା ବଗର୍ତ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଧାରା ଆଇପିସି ୩୨୩ରେ ଦଣ୍ଡ ସ୍ବରୂପ ୫୦୦ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଆଦାୟ ନହେଲେ ଏକମାସ ପାଇଁ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଘଟଣା ଅନୁସାରେ ୨୦୧୭ ମସିହାରେ ବୌଦ୍ଧ ଥାନା ମଥୁରା ଗ୍ରାମର ବିଦ୍ୟାଧର ସେଠୀ ଓ ବାଞ୍ଛା ବଗର୍ତ୍ତି ପାଖାପାଖି ସ୍ଥାନରେ ମଇଁଷି ଚରାଉଥିଲେ। ବାଞ୍ଛା ହଠାତ ବିଦ୍ୟାଧର ନିକଟକୁ ଧାଇଁ ଯାଇ ଜାତିଆଣ ଆକ୍ଷେପ କରିବା ସହ ଏକ ଲାଠିରେ ମାଡ଼ ମାରିଥିଲେ। ଏ ନେଇ ବିଦ୍ୟାଧର ଥାନାରେ ଅଭିଯୋଗ କରିବା ପରେ ମାମଲା ରୁଜୁ ହୋଇଥିଲା। ମାମଲାର ଶୁଣାଣି ବେଳେ ଉଭୟେ ଦାଖଲ କରିଥିବା ପ୍ରମାଣପତ୍ର ଓ ସାକ୍ଷୀଙ୍କ ବୟାନକୁ ଆଧାର କରି ଦୋଷୀ ସାବ୍ୟସ୍ତ କରି ରାୟ ପ୍ରକାଶ କରିଛନ୍ତି। ସ୍ପେସାଲ ପିପି ଯୋଗେଶ ପ୍ରସାଦ ନାୟକ ମାମଲାକୁ ପରିଚାଳନା କରିଥିଲେ।
ଜାତିଆଣ ଆକ୍ଷେପ ଓ ମାଡ଼ପିଟ ମାମଲା: ଦୋଷୀଙ୍କୁ ୫ଶହ ଟଙ୍କା ଜରିମାନା
/sambad/media/post_attachments/wp-content/uploads/2018/10/court-generic_625x300_1527245477936.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)