କରୋନା ମାଡ଼ରେ ହୋଟେଲ୍ ଶିଳ୍ପ ଚେପା; ୫୦୦ କର୍ମଚାରୀ ହରାଇଲେ କର୍ମସଂସ୍ଥାନ

ଜୟପୁର: ଗତ ଦେଢ଼ ବର୍ଷ ହେବ କରୋନା ସଂକ୍ରମଣ ଭୟରେ କେତେ ବେଳେ ସଟ୍ଡା‌ଉନ ଓ ଲକଡାଉନ୍ ଚାଳିଛି। ଏହା ପାଇଁ ଦେଶରେ ଆର୍ଥନୀତି ପ୍ରଭାବିତ ହୋଇଛି। ଏଥିରେ କାହାର ଚାକିରି ଗଲାଣ, ତ ଆଉ କିଏ ଜୀବନଜୀବିକା ହରାଇଛି। ହେଲେ ଏଥିରୁ ବାଦ୍ ପଡିନାହିଁ ଜୟପୁରର ହୋଟେଲ ଶିଳ୍ପ। ଦେଢ଼ ବର୍ଷ ମଧ୍ୟରେ ଅଳ୍ପ କିଛି ମାସ ହୋଟେଲ ଖୋଲିଥିବା ବେଳେ ଏବେ ପୁଣି ବନ୍ଦ। କେବଳ ଫାର୍ସଲ ହିଁ ଦେଇ ପାରିବେ। ତେବେ ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ହୋଟେଲ ମାଲିକ। ସବୁଠାରୁ ବେଶି ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ହୋଟେଲ କର୍ମଚାରୀ। ଲକଡାଉନ୍ ଶେଷ ନ ହେବା ‌ଯାଏ ହୋଟେଲ ଖୋଲିବା ଆଶା ବହୁତ କମ୍। ଏଥିଯୋଗୁଁ ମାଲିକଙ୍କ ଚିନ୍ତା ବେଶି ବଢ଼ି ଯାଇଥିବା ବେଳେ ପେଟପାଟଣା ପାଇଁ କର୍ମଚାରୀଙ୍କ ଆଶା ଆଶଙ୍କା ବି ବଢ଼ିଛି। ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରମୁଖ ତଥା ବ୍ୟବସାୟୀକ ସହର ଜୟପୁର ହୋଇଥିବାରୁ ସହରରେ ବଡ ହୋଟେଲ ୧୦ଟି, ଛୋଟ ବଡ ହୋଟେଲ ଓ‌ ରେଷ୍ଟୁରାଣ୍ଟ ୪୦ଟି ରହିଛି। ଲକଡାଉନ୍ ପାଇଁ ଛୋଟରୁ ଆରମ୍ଭ କରି ବଡ ହୋଟେଲରେ ଏବେ ତାଲା ଝୁଲୁଛି। ଏଥିରେ କାମକରୁଥିବା ୫୦୦ କର୍ମଚାରୀ ଏବେ ହାତବାନ୍ଧି ବସିଛନ୍ତି। ଅନ୍ୟପକ୍ଷରେ ସରକାର ହୋଟେଲ ଗୁଡିକ ଚାହିଁଲେ ହୋମ ଡେଲିଭରୀ କିମ୍ବା ପାର୍ସଲ ବେପାର କରି ପାରିବ ବୋଲି ନିର୍ଦେଶନାମା ଜାରୀ କରିଥିଲେ। ପାର୍ସଲ ଖାଦ୍ୟକୁ ଲୋକେ ପସନ୍ଦ କରୁ ନାହାନ୍ତି ଏବଂ ଭୟ ବି ପ୍ରକାଶ କରୁଛନ୍ତି। ଏପରିକି ହୋମ ଡେଲିଭରୀ ଓ ପାର୍ସଲରେ ଖର୍ଚ୍ଚ ଉଠୁନି ବୋଲି କହିଛନ୍ତି କିଛି ହୋଟେଲ ମାଲିକ।

ଅନ୍ୟ ପକ୍ଷରେ କିଛି ଛୋଟ ହୋଟେଲ ମାଲିକ ବି ନିଜ ବେପାରରେ ପରିବର୍ତ୍ତନ କରିବା ଆରମ୍ଭ କରିଛନ୍ତି। ଆଉ କିଛି ଯୁବ ହୋଟେଲ ମାଲିକ ମାନେ ଗତ ୨ମାସର ହୋଟେଲ ଭଡା ସାଙ୍ଗକୁ ବ୍ୟାଙ୍କ ଋଣ, ମହାଜନଙ୍କ ନିକଟରୁ ଆଣିଥିବା ହାତ ଉଧାରୀ କିଭଳି ସୁଝିବେ ସେ ନେଇ ଚିନ୍ତାରେ ପଡିଲେଣି। ଏପରିକି ବହୁ ହୋଟେଲର ମିଠା କାରିଗର ଓ ରୋଷୟା ତଥା କର୍ମଚାରୀ ମ‌ାନେ ବି ଆଗାମୀ ଦିନରେ ହୋଟେଲରେ କାମ କରିବାକୁ ଆସିବେ କି ନାହିଁ ତାହା ବି ସଂଦେହରେ। ଏହି ସ୍ଥିତିରେ ସଂପ୍ରତି ଲକଡାଉନ୍ କଟକଣାରୁ ହୋଟେଲ ଶିଳ୍ପ କେବେ ମୁକ୍ତ ହେଉଛି ତାକୁ ଅପେକ୍ଷା।

ସମ୍ବନ୍ଧିତ ଖବର