କାଳିଆପାଣି : ଯାଜପୁର ଜିଲ୍ଲା କାଳିଆପାଣି ଥାନା ରେଙ୍ଗାଲି କେନାଲ ସଡ଼କର ଗରାମିଆଁ ଗୁରୁରିହାଟ ବିର୍ସାମୁଣ୍ଡା ପଡ଼ିଆ ପାଖ ରାସ୍ତାରେ ଆଜି ଏକ ବଲେରୋ (ଓଆର୍-୩୩ଆର୍-୭୩୧୩) ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯାଇଛି। ଏଥିରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହେବା ସହ ୫ ଜଣ ଗୁରୁତର ହୋଇଛନ୍ତି। ମୃତବ୍ୟକ୍ତି ସ୍ଥାନୀୟ କରଡ଼ାଗାଡ଼ିଆ ଗାଁର ଶ୍ୟାମ ମୁଣ୍ଡା (୪୫)। ଆହତମାନେ ହେଲେ ଏହି ଗାଁର ଡବର ପୂର୍ତ୍ତି(୭), ଶ୍ରୀମତୀ ପୂର୍ତ୍ତି(୧୩), ମାଧୁରି ଜାମୁଡ଼ା(୧୬), ମାକି ପୂର୍ତ୍ତି(୩୦) ଓ ଶାନ୍ତି ଜାମୁଡ଼ା(୫୦)। ଏହି ଦୁଇ ପରିବାର ଲୋକେ କୌଣସି କାମରେ କଲରଙ୍ଗିଅତ୍ତା ବନ୍ଧୁଘରକୁ ଆସି ଗାଁକୁ ଫେରୁଥିଲେ। ଅପରାହ୍ଣ ୪ଟା ସମୟରେ ବୋଲେରୋଟି ଭାରସାମ୍ୟ ହରାଇ ରେଙ୍ଗାଲି କେନାଲ ବ୍ୟାରିଅର କାନ୍ଥରେ ପିଟିହୋଇ ଓଲଟି ପଡ଼ିଥିଲା। ଗାଡ଼ି ତଳେ ସମା ଚାପିହୋଇ କିଛିଦୂର ଘୋଷାରି ହୋଇଯାଇଥିଲେ। ଗାଡ଼ି ତଳେ ଚାପିହୋଇଥିବା ସମାଙ୍କୁ ଉଦ୍ଧାର କରିବାକୁ ଲୋକମାନେ ବୋଲେରୋଟିକୁ ଟେକି ଓଲଟାଇଥିଲେ। ଏହି ସମୟରେ ଗାଡ଼ିଟି ରାସ୍ତାର ୧୦ ଫୁଟ ତଳକୁ ଗଡ଼ିଯାଇ ଆପେଆପେ ଜଳି ଯାଇଥିଲା। ଘଟଣାସ୍ଥଳରେ ହିଁ ସମାଙ୍କ ମୃତ୍ୟୁ ହୋଇଯାଇଥିଲା।
ଖବର ପାଇ ପୁଲିସ ପହଞ୍ଚିଥିଲା। ମାତ୍ର ଆମ୍ବୁଲାନ୍ସ ବହୁ ବିଳମ୍ବରେ ପହଞ୍ଚିଥିଲା। ବହୁ ସମରେ ଧରି ଆହତ ଶିଶୁ ଓ ମହିଳାମାନେ କ୍ଷତାକ୍ତହୋଇ ଯନ୍ତ୍ରଣାରେ ଛଟପଟ ହୋଇ ରାସ୍ତାରେ ଗଡ଼ୁଥିଲେ। ଶେଷରେ ପିସିଆର୍ ଭ୍ୟାନରେ ଆହତମାନଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପଠା ଯାଉଥିବା ବେଳେ ଅଧାବାଟରେ ଟିଏସ୍ଏମ୍ଏଲ୍ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲା। ସୁକିନ୍ଦାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଶ୍ରୀମତୀ ଓ ଶାନ୍ତିଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏ ସଂକ୍ରାନ୍ତରେ ପୁଲିସ ଏକ ମାମଲା ୧୦୬/୨୧ରେ ରୁଜୁ କରି ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/f2403469-de70-4ffa-91d2-15d8efd56ecb.jpg)