କରୋନା କଟକଣାକୁ ଅମାନ୍ୟ କରି ମାସକ ଭିତରେ ୫ଲକ୍ଷ ଜୋରିମାନା ଗଣିଲେ

ଖୋର୍ଦ୍ଧା: ଖୋର୍ଦ୍ଧା ଉପଖଣ୍ଡରେ କରୋନା କଟକଣା ଅମାନିଆଙ୍କ ତାଲିକାରେ ବାଣପୁର ସବୁଠାରୁ ଆଗରେ। ବର୍ତମାନ ସୁଦ୍ଧା କୋଭିଡ୍ ଆଇନକୁ ଭାଙ୍ଗି ଲୋକମାନେ ଗତ ଏକ ମାସ ମଧ୍ୟରେ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜୋରିମାନା ଦେଇଛନ୍ତି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁସାରେ, ଅପ୍ରିଲ୍ ମାସ ପହିଲାରୁ କରୋନା କଟକଣାକୁ କଡ଼ାକଡ଼ି ଏନ୍‌ର୍ଫୋସମେଣ୍ଟ କରାଯାଇଥିଲା। ବିଭିନ୍ନ ଗ୍ରାମାଂଚଳ, ପୌରାଂଚଳରେ ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା ଆଦି ନିୟମର ଯାଂଚକୁ ବ୍ୟାପକ କରାଯାଇଥିଲା।

ଏଥିରେ ବାଣପୁର ବ୍ଲକରେ ସର୍ବାଧିକ ୭୨ ହଜାର ୫୧୦ ଟଙ୍କା ଆଦାୟ ହୋଇଥିବା ବେଳେ ବାଣପୁର ବିଜ୍ଞପ୍ତି ଅଂଚଳ ପରିଷଦରେ ୪୩ ହଜାର ୫୦ ଟଙ୍କା ଆଦାୟ କରାଯାଇଛି। ସେହିଭଳି ଖୋର୍ଦ୍ଧା ପୌରାଂଚଳରେ ୪୨ ହଜାର ୨୫୦ ଟଙ୍କା ଆଦାୟ କରାଯାଇଥିବା ବେଳେ ଖୋର୍ଦ୍ଧା ବ୍ଲକରେ ୨୫,୨୯୦ ଟଙ୍କା, ଟାଙ୍ଗୀ ବ୍ଲକରେ ୧୭,୭୫୦ଟଙ୍କା, ବେଗୁନିଆ ବ୍ଲକରେ ୭୦ହଜାର ୮୦୦ଟଙ୍କା, ବାଲୁଗାଁ ବିଜ୍ଞପ୍ତି ଅଂଚଳ ପରିଷଦରେ ୩୬ ହଜାର ୪ଶହ ଟଙ୍କା, ଚିଲିକା ବ୍ଲକରେ ୩୧ ହଜାର ୧୫୦ ଟଙ୍କା ଆଦାୟ କରାଯାଇଛି।

ସମ୍ବନ୍ଧିତ ଖବର