ଖୋର୍ଦ୍ଧା: ଆଉ ୩୬ ଘଂଟା ପରେ ପୌର ନିର୍ବାଚନ । ଏଭଳି ସମୟରେ ଖୋର୍ଦ୍ଧା-ନୟାଗଡ଼ ଜାତୀୟ ରାଜପଥ କଡ଼ରେ ଥିବା ସୁନ୍ଦରା ସାହିର ଜଣଙ୍କ ଘରୁ ୫ଟି ଅଫୁଟା ହାତ ବୋମା ଉଦ୍ଧାର ଘଟଣା ସହରେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି । ସୂଚନାନୁସାରେ, ଆଜି ପୂର୍ବାହ୍ଣରେ କୌଣସି ସୂତ୍ରରୁ ସୂଚନା ପାଇଁ ପୁଲିସ ଏସ୍ଡିଏ ସ୍କୁଲ ପଛଟ ସାହିରେ ଚଢ଼ଉ କରିଥିଲା । ଚଢ଼ଉରେ କାର୍ତ୍ତିକ ଜେନାଙ୍କ ଶୌଚାଳୟ ଟାଙ୍କିରୁ ସନ୍ଦିଗ୍ଧ ଅବସ୍ଥାରେ ଏକ ବ୍ୟାଗ୍ରେ ୫ଟି ଅଫୁଟା ବୋମାକୁ ଉଦ୍ଧାର କରାଯାଇଥିଲା । ସୂଚନା ଦେଇ ଟାଉନ୍ ଥାନା ଅଧିକାରୀ ସଂଜୟ ପଟ୍ଟନାୟକ କହିଛନ୍ତି ଯେ ଏନେଇ ୧୪୩/୨୦୨୨ରେ ଏକ ମାମଲା ରୁଜୁ କରାଯାଇଛି । ଘର ମାଲିକ କାର୍ତ୍ତିକ ଜେନାଙ୍କୁ ଆଣି ପଚରା ଉଚୁରା କରାଯିବା ସହ ତଦନ୍ତ ଜାରି ରହିଛି ।
ଶୌଚାଳୟ ଟାଙ୍କିରୁ ୫ ଅଫୁଟା ବୋମା ଜବତ, ଜଣେ ଅଟକ
/sambad/media/post_attachments/wp-content/uploads/2022/03/afuta-boma-jabat-Khordha.jpeg)