ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ଆରଏମସି(ନିୟନ୍ତ୍ରିତ ବଜାର କମିଟି) ପକ୍ଷରୁ ଜୟପୁର ଉପଖଣ୍ଡର ଜୟପୁର ବ୍ଲକରେ ୪ଟି ଓ ବୋରିଗୁମ୍ମା ବ୍ଲକରେ ଗୋଟିଏ ଏଭଳି ୫ଟି ମଣ୍ଡିକୁ ଲୋକାର୍ପଣ କରାଯାଇଛି। ସେଗୁଡିକ ହେଲା ଜୟପୁର ବ୍ଲକର ପାମ୍ପୁଣୀ, କୁମୁଲିପୁଟ, ବଡଜିଉନା, କଙ୍ଗା ଓ ବୋରିଗୁମ୍ମା ବ୍ଲକର କାମତା।

Advertisment

ଲୋକାର୍ପଣ ଉତ୍ସବରେ ମୁଖ୍ୟଅତିଥି ଭାବେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗ ଦେଇଥିଲେ। ଏଥିରେ ଆରଏମସି ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ା, ଆରଏମସି ସଂପାଦକ ଚନ୍ଦ୍ର ସେଠିଆ, ପରିଚାଳନା କମିଟି ଉପାଧ୍ୟକ୍ଷ ବାଲା ରାୟ, ନିର୍ଦ୍ଦେଶକ ଦେବେନ୍ଦ୍ର ବାହିନୀପତି ପ୍ରମୁଖ ଉପସ୍ଥିତ ଥିଲେ। ଜୟପୁର ଉପଖଣ୍ଡରେ ଅଧିକା ଧାନ ମଣ୍ଡି ରହିଛି। ଉଭୟ ଖରିଫ ଓ ରବି ଋତୁରେ ଧାନ କିଣାରେ ପ୍ରମୁଖ ସହାୟକ ସଂସ୍ଥା ଭାବେ ଜୟପୁର ଆରଏମସି ଭିତ୍ତିଭୂମି ଯୋଗାଉଛି। ଆଗାମୀ ଦିନରେ ସବୁ ମଣ୍ଡିର ଭିତ୍ତିଭୂମି ସୁଧାରିବା ଦି‌ଗରେ ଆରଏମସି ଯୋଜନା ପ୍ରସ୍ତୁତ କରୁଥିବା ଅଧ୍ୟକ୍ଷ ଓ ସଂପାଦକ ସୂଚନା ଦେଇଥିଲେ।