ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲାର ୫ ଜଣ ଖେଳାଳି ଅସି ଚାଳନା ବା ଫେନ୍ସିଂରେ ଜାତୀୟସ୍ତରରେ ଖେଳିବା ପାଇଁ ଉତ୍ତରାଖଣ୍ଡର ରୁଦ୍ରପୁରକୁ ଗସ୍ତ କରୁଛନ୍ତି। ସେମାନେ ଟିଟିଲାଗଡ଼ ରେଳ ଷ୍ଟେସନରୁ ଟ୍ରେନ୍ ଯୋଗେ ଯାତ୍ରା ଆରମ୍ଭ କରିଛନ୍ତି। ଓଡ଼ିଶା ରାଜ୍ୟ ଖେଳ ସଂଗଠନ ପକ୍ଷରୁ ଶିକ୍ଷା ଗ୍ରହଣ କରିଥିବା ଏହି ଖେଳାଳିମାନେ ଓଡ଼ିଶାରେ ୪ ବର୍ଷ ହେବ ଅସି ଚାଳନା କ୍ରୀଡ଼ା ଆରମ୍ଭ ହୋଇଥିବା କହିଛନ୍ତି। ପୂର୍ବରୁ ଓଡ଼ିଶାର ଖେଳାଳି ଭାବେ ଜାତୀୟ ସ୍ତରରେ ଭାଗ ନେଇଥିଲେ ପଶ୍ଚିମ ଓଡ଼ିଶାରୁ କେହି ଯାଇ ନଥିଲେ। କୋଚ୍ କରିଶ୍ମା ରାଉତଙ୍କ ନେତୃତ୍ୱରେ ସ୍ନିଗ୍ଧାରାଣୀ ରଥ, ସୌଦାମିନୀ କାଣ୍ଡି, ବିବେକାନନ୍ଦ ପଟେଲ, ନୀତିନ ସ୍ୱାଇଁ ଓ ସାହିଲ କୁମ୍ଭାର ଜାତୀୟସ୍ତର ପ୍ରତିଯୋଗିତାରେ ଭାଗ ନେବାକୁ ବାହାରିଛନ୍ତି।
ଜାତୀୟସ୍ତରର ଅସି ଚାଳନା ପ୍ରତିଯୋଗିତା: ଉତ୍ତରାଖଣ୍ଡ ଗଲେ ବଲାଙ୍ଗୀରର ୫ ଖେଳାଳି
/sambad/media/post_attachments/wp-content/uploads/2021/03/b7b8684a-3468-4638-977f-c68e9e47333d.jpg)