ଖୋର୍ଦ୍ଧା ଜିଲ୍ଲାର ୫ ପୌରାଞ୍ଚଳ ହେବ ୨୨ ବହୁମୁଖୀ ଗୃହ

ଖୋର୍ଦ୍ଧା: ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳରେ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଓ ପ୍ରତି ଜିଲ୍ଲାରେ ବହୁମୁଖୀ ଇଣ୍ଡୋର ହଲ୍‌ ନିର୍ମାଣ ଯୋଜନା ପରେ ବର୍ତ୍ତମାନ ରାଜ୍ୟ ସରକାର ପ୍ରତି ସହରାଞ୍ଚଳରେ ବହୁମୁଖୀ ଗୃହ ନିର୍ମାଣ କରିବାକୁ ଯୋଜନା କରିଛନ୍ତି। ଏହି ବହୁମୁଖୀ ଗୃହରେ କଲ୍ୟାଣମଣ୍ଡପ ସହ ସଭାସମିତି ଆୟୋଜନ, ବାତ୍ୟା, ବନ୍ୟା ଆଦି ଦୁର୍ବିପାକ ସମୟରେ ଆଶ୍ରୟସ୍ଥଳ ଭାବେ ବ୍ୟବହୃତ ହୋଇପାରିବ। ଏହି କ୍ରମରେ ଖୋର୍ଦ୍ଧା ଜିଲ୍ଲାର ୨ଟି ପୌର ପରିଷଦ, ୨ଟି ଏନ୍‌ଏସି ଓ ଭୁବନେଶ୍ବର ମହାନଗର ନିଗମ ପାଇଁ ୨୨ଟି ବହୁମୁଖୀ ଗୃହ ନିର୍ମାଣ ହେବ। ଏହା ମଧ୍ୟରୁ ଖୋର୍ଦ୍ଧା ଉପଖଣ୍ଡର ତିନିଟି ପୌରାଞ୍ଚଳରେ ୮ଟି ନିର୍ମାଣ ହେବ।

ଖୋର୍ଦ୍ଧା ଅର୍ବାନ୍‌ ଡେଭଲପମେଣ୍ଟ ଏଜେନ୍ସି ପକ୍ଷରୁ ମିଳିଥିବା ସୂଚନାନୁସାରେ, ଖୋର୍ଦ୍ଧାପୌରାଞ୍ଚଳରେ ଦୁଇଟି ଏଭଳି ପ୍ରକଳ୍ପ ପାଇଁ ଅନୁମୋଦନ ମିଳିଛି। ଏଥିପାଇଁ ପୌର ପରିଷଦ ଓରାଜସ୍ବ ବିଭାଗ ପକ୍ଷରୁ ୪ଟି ସ୍ଥାନରେ ଜମିକୁ ଚିହ୍ନଟ କରାଯାଇଛି। ଜେମାଦେଈ କଲ୍ୟାଣମଣ୍ଡପ ନିକଟରେ ୩୦୦ ଲୋକ ରହିବା ଭଳି ବହୁମୁଖୀ ଗୃହ ନିର୍ମାଣ ପାଇଁଜମି ଚିହ୍ନଟହୋଇଛି। ସେହିଭଳି ଗଡ଼ଖୋର୍ଦ୍ଧାରେ ୫ଶହ ଲୋକଙ୍କ ରହିବା କ୍ଷମତା ବିଶିଷ୍ଟ, ଗାନ୍ଧୀ ପଡ଼ିଆରେ ୫ଶହ ଲୋକଙ୍କ କ୍ଷମତା ବିଶିଷ୍ଟ ଓଭାଲିଆବାଡ଼ି ସହରସାହିରେ ୩ଶହ ଲୋକଙ୍କ କ୍ଷମତା ବିଶିଷ୍ଟ ବହୁମୁଖୀ ଗୃହ ନିର୍ମାଣ କରାଯିବ। ବାଲୁଗାଁ ସାମନ୍ତରାପୁର ଓ ବାଲୁଗାଁ  ମୌଜାରେ ଏନେଇ ଜମି ଚିହ୍ନଟ ହୋଇଥିବା ବେଳେ ବାଣପୁରରେ ୱାର୍ଡନ ୬ ଓ ୱାର୍ଡ ନ ୨ରେ ଜମି ଚିହ୍ନଟହୋଇଛି। ଜଟଣୀରେ କୁଦିଆରି ମେଲଣ ପଡ଼ିଆ, ବାଛରାପାଟଣା, ଦମକଳ କେନ୍ଦ୍ର ନିକଟ ଓ କରତ କଳ ନିକଟରେ ଜମି ଚିହ୍ନଟହୋଇଛି।

ସମ୍ବନ୍ଧିତ ଖବର