ଲୁହାପଥର ଚୋରା ଚାଲାଣ ଟ୍ରକ୍‌ ଓ କାର୍‌ ଜବତ, ୫ ଗିରଫ

ବଣାଇଁଗଡ଼: ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ରାଜାମୁଣ୍ତା ଛକରୁ ଚୋରା ଚାଲାଣ ହେଉଥିବାବେଳେ ପୁଲିସ ଗୋଟିଏ ଟ୍ରକ୍‌ ଓ କାର୍‌କୁ ଜବତ କରିବା ସହ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାରୁ ପ୍ରକାଶ ଯେ ଓଡ଼ି ୧୯ଏମ୍‌ ୬୯୨୯ ଟ୍ରକ୍‌ ଯୋଗେ କେନ୍ଦୁଝର ଖଣି ଅଞ୍ଚଳରୁ ଚୋରା ଲୁହାହପଥର ବୋଝେଇ କରି ଲହୁଣିପଡ଼ା ଦେଇ ରାଉରକେଲାକୁ ଚୋରା ଚାଲାଣ ହେଉଥିଲା। ଏହି ଚୋରା ଲୁହାପଥର ବୋଝେଇ ଟ୍ରକ୍‌କୁ ସୁରକ୍ଷା ଦେବା ପାଇଁ ଟ୍ରକ୍‌ର ପଛେପଛେ ଏକ କାର୍‌ ଓଡ଼ି ୦୫ଏଭି ୦୭୦୮ରେ ୪ଜଣ ସୁରକ୍ଷା ଦେଇ ଆଗପଛ ହୋଇ ଆସୁଥିଲେ। ତେବେ କୌଣସି ସୂତ୍ରରୁ ଖବରପାଇ ଲହୁଣିପଡ଼ା ପୁଲିସ ଧରପଗଡ କରି ରାଜାମୁଣ୍ତା ନିକଟରେ ଏହାକୁ ଧରିବାକୁ ସକ୍ଷମ ହୋଇଥିଲେ। ପରେ ଏହି ଘଟଣାରେ ଟ୍ରକ୍‌ ଚାଳକ କାଳିଆ ବେହେରା ସମେତ ଅମରେଶ ରାଜ, ପ୍ରଫୁଲ ମାହାନ୍ତ, ମନୋରଞ୍ଜନ ମାହାଲି ଏବଂ ସତ୍ୟସ୍ବରୂପ ଦାସଙ୍କୁ ଗିରଫ କରିଥିଲେ।

ସମ୍ବନ୍ଧିତ ଖବର